ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବଡ ଘୋଷଣା । ରାଜ୍ୟର ବେକାର ଯୁବକଙ୍କ ପାଇଁ ବଡ ଉପହାର ଘୋଷଣା କରିଛନ୍ତି ବାଘେଲ । ସେ ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ବେକାର ଯୁବକମାନେ ଆସନ୍ତା ଆର୍ଥିକ ବର୍ଷରୁ ଏହି ଭତ୍ତା ପାଇବେ । ତେବେ ଭତ୍ତା ରାଶି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି । କେତେ ଟଙ୍କା ଭତ୍ତା ପାଇବେ ତାହା ବଜେଟରେ ଘୋଷଣା କରାଯିବ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ଏହି ବିଷୟରେ ଟୁଇଟ୍ କରିଛନ୍ତି । ଏହି ଟୁଇଟରେ ବାଘେଲ ଲେଖିଛନ୍ତି ଯେ, ମୁଁ ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ବେରୋଜଗାର ଯୁବକ ମାନଙ୍କ ପାଇଁ ପ୍ରତି ମାସରେ ବେକାରୀ ଭତ୍ତା ଘୋଷଣା କରୁଛି।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ