The Topmost

“The eyes believe themselves, the ears believe other people.”

ବୁଲେଟ୍ ଟ୍ରେନରେ ପ୍ରଥମ ମହିଳା ଡ୍ରାଇଭର

ସାଉଦିଆରବୀୟ ମହିଳାଙ୍କ ସ୍ୱପ୍ନ ହେଲା ପୂରା । ବୁଲେଟ୍ ଟ୍ରେନରେ ପ୍ରଥମ ମହିଳା ଡ୍ରାଇଭର । ବୁଲେଟ୍ ଟ୍ରେନ୍ ଚଳାଇବା ପାଇଁ  ସୌଦି ମହିଳାଙ୍କର ପ୍ରଥମ ବ୍ୟାଚ ପ୍ରସ୍ତୁତ ହୋଇସାରିଲାଣି । ସୂଚନା ଅନୁସାରେ ସାଉଦି ଆରବରେ ୪ ବର୍ଷ ପୂର୍ବରୁ ମହିଳାଙ୍କ ଡ୍ରାଇଭିଂ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ  ରାଜା ସଲମାନ ସିହାଂସନ ଆରୋହଣ ପରେ କଟକଣାକୁ ହଟାଇଥିଲେ ।  ଏହା ସହିତ ପ୍ରଥମଥର ପାଇଁ  ମହିଳାଙ୍କୁ ବୁଲେଟ ଟ୍ରେନ ଚଳାଇବା ପାଇଁ ଅନୁମତି ଦେବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ସେଥି ନିମନ୍ତେ ସୌଦି ମହିଳା ଡ୍ରାଇଭରଙ୍କୁ ପ୍ରଥମ ବ୍ୟାଚରେ ହିଁ ଟ୍ରେନିଙ୍ଗ ଦିଆଯାଉଛି । ସାଉଦିଆରବ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ଭିଡିଓ ଜାରି କରାଯାଇଛି । ଯାହାକି ସୌଦି ମହିଳାଙ୍କ ଏତେ ଦିନର ସ୍ୱପ୍ନକୁ ପୂରା କରିପାରିଛି । ସାଉଦିଆରବ ରେଳ ମନ୍ତ୍ରଣାଳୟର ଟ୍ୱିଟର ହାଣ୍ଡେଲରେ ଏହି ଭିଡିଓ ଜାରି ହୋଇଥିବାବେଳେ ଏଥିରେ ସୌଦି ମହିଳାଙ୍କ ଗୋଟିଏ ଟିମ ବୁର୍ଖା ପିନ୍ଧି ବୁଲେଟ ଟ୍ରେନ ଡ୍ରାଇଭ କରୁଥିବା ନଜର ଆସୁଛନ୍ତି । ସେମାନଙ୍କ ସହ କିଛି ପୁରୁଷ ସହଯୋଗୀ ରହିଥିବା ଭିଡିଓରେ ଦେଖିବାକୁ ମିଳିଛି । ସୌଦି ମହିଳାମାନଙ୍କର ଏହି ଡ୍ରାଇଭିଂ ଭିଡିଓଟି ସାଉଦିଆରବ ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ନୂଆବର୍ଷ ଅବସରରେ ହିଁ ଜାରି କରାଯାଇଥିଲା । ଏହି ପ୍ରଶିକ୍ଷଣରେ ଯୋଗ ଦେଇଥିଲେ ମୋଟ ୩୨ ଜଣ ସୌଦି ମହିଳା । ତେବେ ସାଉଦି ଆରବ ଭଳି ରକ୍ଷଣଶୀଳ ମୁସଲିମ୍ ରାଷ୍ଟ୍ରରେ ମହିଳା ବୁଲେଟ୍ ଟ୍ରେନ୍ ଚଳାଇବାକୁ ଯାଉଛନ୍ତି । କିଛି ବର୍ଷ ତଳେ ଯେଉଁ ଦେଶରେ କାର ଚଳାଇଲେ ମହିଳାଙ୍କୁ ଜେଲ ଦଣ୍ଡ ମିଳୁଥିଲା ସେହି ଦେଶରେ ମହିଳା ବୁଲେଟ୍ ଟ୍ରେନ୍ ଚଳାଇବା କଥା ନିଶ୍ଚିତ ଭାବେ ଚକିତ କରୁଛି ।