The Topmost

“The eyes believe themselves, the ears believe other people.”

‘ବୁଲଡୋଜର ହିନ୍ଦୁତ୍ୱକୁ ଉପାଡି ପିଙ୍ଗିଦିଅ’

କେରଳ ମଲ୍ଲପୁରମ୍ ଠାରେ ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ରାଲିରେ ହମାସ୍ ନେତା ଖାଲିଦ୍ ମଶେଲଙ୍କ ଭର୍ଚୁଆଲ ନାରାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଶୁକ୍ରବାର ମଲ୍ଲପୁରମରେ ସଲିଡାରିଟି ଯୁବା ଆନ୍ଦୋଳନ ଦ୍ୱାରା ଆୟୋଜିତ ଯୁବା ପ୍ରତିରୋଧ ରାଲିରେ ଖାଲିଦ୍ ଭର୍ଚୁଆଲ ମୋଡରେ ଭାଗ ନେଇଥିଲା । ଏଥିରେ ଖାଲିଦ୍ କହିଛି ‘ବୁଲଡୋଜର ହିନ୍ଦୁତ୍ୱ ଓ ରଙ୍ଗଭେଦୀ ଇହୁଦୀବାଦକୁ ମୂଳରୁ ଉପାଡି ଫଙ୍ଗିଦିଅ’ । ଏହାକୁ କଡା ବିରୋଧ କରିବା ସହ ବିଜେପି କହିଛି ଯେ, ଦେଶରେ ‘ପାଲେଷ୍ଟାଇନ୍ ବଂଚାଅ’ ଆଳରେ ଏକ ଆତଙ୍କବାଦୀ ସଙ୍ଗଠନ ଓ ତା’ର ନେତାଙ୍କୁ ‘ଯୋଦ୍ଧା’ ଭାବେ ରୂପାୟିତ କରି ମହିମାମଣ୍ଡିତ କରାଯାଉଛି, ଯାହା କେବବି ଗ୍ରହଣୀୟ ନୁହେଁ ।