ଆଜି ସକାଳୁ ପୁଣି ଦୁର୍ଘଟଣାସ୍ଥଳରେ ପହଞ୍ଚି ପୁନରୁଦ୍ଧାର କାମର ତଦାରଖ କରିଛନ୍ତି ରେଳମନ୍ତ୍ରୀ । ଘଟଣାସ୍ଥଳରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ପୁନରୁଦ୍ଧାର କାମରେ ନିୟୋଜିତ ଥିବା କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରେଳମନ୍ତ୍ରୀ । ଦିନ ରାତି ଏକ କରି କାମ କରୁଥିବାରୁ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହା ସହ ଆଜି ସଂଧ୍ୟା ସୁଦ୍ଧା ପୁନରୁଦ୍ଧାର କାମ ଶେଷ ହେବ ବୋଲି କହିଛନ୍ତି । ବୁଧବାର ସୁଦ୍ଧା ରେଳ ଚଳାଚଳ ସ୍ୱାଭାବିକ କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ରେଳମନ୍ତ୍ରୀ । ଏହା ସହ ମନ୍ତ୍ରୀ କହିଛନ୍ତି ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିଛି । ଖୁବ୍ ଶୀଘ୍ର ତଦନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା