The Topmost

“The eyes believe themselves, the ears believe other people.”

ବିହାର ରାଜନୀତିରେ ହଲଚଲ

ବିହାର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । ଭାଙ୍ଗିପାରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର । ଆରଜେଡିକୁ ବାଏ ବାଏ କରି ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି ନୀତିଶ କୁମାର । ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତା ୨୮ ଜାନୁଆରୀରେ ନୀତିଶ କୁମାର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସେହିଭଳି ସୁଶୀଳ ମୋଦି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ବିହାର ରାଜନୀତିରେ ହଲଚଲ ଭିତରେ ଜେଡିୟୁ ନିଜର ସମସ୍ତ ବିଧାୟକଙ୍କୁ ପାଟନାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି । ଏପରିକି ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରାଯାଇଛି । ଆସନ୍ତା ୨୮ ତାରିଖରେ ପାଟନାରେ ମହାରାଣା ପ୍ରତାପ ରାଲି ହେବାକୁ ସ୍ଥିର ହୋଇଥିଲା ଯାହାକୁ ଜେଡିୟୁ ପକ୍ଷରୁ ରଦ୍ଦ କରାଯାଇଛି । ଅନ୍ୟପଟେ ବିହାର ବିଜେପିର ନେତା ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଲଗାତାର ସମ୍ପର୍କରେ ରହିଛନ୍ତି । ଏପରିକି ସହଯୋଗୀ ଦଳ ସହ ମଧ୍ୟ ଦିଲ୍ଲୀରୁ ଆଲୋଚନା ଜାରି ରହିଥିବା ସୂଚନା ମିଳୁଛି ।