ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ମହାମେଣ୍ଟ ସରକାର । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ଗୃହରେ ବହୁମତ ସାବ୍ୟସ୍ତ କରିବେ ନୀତିଶ ସରକାର । ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । କିନ୍ତୁ ମହାମେଣ୍ଟ ସରକାର ପାଖରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ସହଜରେ ବହୁମତ ସାବ୍ୟସ୍ତ କରିପାରିବେ ନୀତୀଶ କୁମାର । ଏନଡିଏ ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆରଜେଡି ସହ ମେଣ୍ଟ କରି ସରକାର ଗଠନ କରିଛନ୍ତି । ତେବେ ଶକ୍ତି ପରୀକ୍ଷଣ ପୂର୍ବରୁ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା ଇସ୍ତଫା ଦେବାକୁ ମନା କରିଛନ୍ତି । ତେଣୁ ବିଧାନସଭାରେ ଆଜି ପ୍ରବଳ ହଟ୍ଟଗୋଳ ହେବା ସମ୍ଭାବନା ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ