The Topmost

“The eyes believe themselves, the ears believe other people.”

ବିହାର ବଜେଟରେ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର

ବିହାର ବିଧାନସଭାରେ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପିତ । ବିହାର ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ଏହି ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ବିଶେଷ ଭାବେ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହାସହ ବଜେଟରେ କୁହାଯାଇଛି କି ବିହାର ପୋଲିସ ବିଭାଗରେ ୭୫ ହଜାର ପଦ ପୁରଣ କରାଯିବ ସହ ରାଜ୍ୟରେ ୪୨ ହଜାର ଶିକ୍ଷକ ପଦରେ ନିଯୁକ୍ତି ଦିଆଯିବ । ବିହାରରେ ରୋଜଗାର ଓ ନିଯୁକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ଏହାକୁ ନଜରରେ ରଖି ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି କି, ଚଳିତ ବର୍ଷ ରାଜ୍ୟରେ ୪୨ ହଜାର ଶିକ୍ଷକ ପଦବୀ ପୁରଣ କରାଯିବ । ଏଥିରେ ବିଶେଷ ଭାବେ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପଦରେ ୪୦,୫୪୬ ପଦ ପୁରଣ କରାଯିବ ବୋଲି କୁହାଯାଇଛି । ଏହାସହ ନିର୍ବାଚନୀ ଇସ୍ତାହାରରେ ତେଜସ୍ୱୀ ଯାଦବ ଯେଉଁ ୧୦ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ତାହା ଉପରେ ମଧ୍ୟ ଆଜି ବଜେଟରେ ପ୍ରଚେଷ୍ଟା କରାଯାଇଛି । ବିହାର ସରକାର ଚଳିତ ବର୍ଷ ମୋଟ ୨୬୧୮୮୫କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ।