ବିହାରରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆଜି ପଶ୍ଚିମବଙ୍ଗର ଉତ୍ତରରେ ଅବସ୍ଥିତ ଦିନାଜପୁର ଜିଲ୍ଲାର ସୋନେପୁରରୁ ପୁନଃ ଆରମ୍ଭ ହୋଇଛି । ଦଳର ନେତା କହିଛନ୍ତି ଯେ ଏହି ଯାତ୍ରା ଚୋପରା ଦେଇ ଇସଲାମପୁର ଯିବ । ଯେଉଁଠାରେ ରାହୁଲ ଗାନ୍ଧୀ ପ୍ରଥମେ ଏକ ଛୋଟ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପରେ ଯାତ୍ରା ବିହାରର କିଶାନଗଞ୍ଜରେ ପ୍ରବେଶ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ  ଯାତ୍ରା’ ସୋମବାର କିଶାନଗଞ୍ଜ ଦେଇ ବିହାରରେ ପ୍ରବେଶ କରିଛି । କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଅଖିଳେଶ ପ୍ରସାଦ ସିଂ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ବିହାରରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଛନ୍ତି । ୨୦୨୦ ବିହାର ବିଧାନସଭା ନିର୍ବାଚନ ପ୍ରଚାର ପରେ ରାହୁଲ ଗାନ୍ଧୀଙ୍କ ଏହା ପ୍ରଥମ ବିହାର ଗସ୍ତ । ‘ନ୍ୟାୟ ଯାତ୍ରା’ ଏପରି ଏକ ସମୟରେ  ରାଜ୍ୟରେ ପ୍ରବେଶ କରିଛି ​​ଯେଉଁ ସମୟରେ ପୂର୍ବତନ କଂଗ୍ରେସ ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡି ପୁଣିଥରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ଵାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) କୁ ଯାଇଛନ୍ତି ।

SHARE BY