The Topmost

“The eyes believe themselves, the ears believe other people.”

ବିହାରରେ ଉଗ୍ର ହେଉଛି ସାମ୍ପ୍ରଦାୟିକ ଦଙ୍ଗା

ବିହାରର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା ଉଗ୍ର ହେବାରେ ଲାଗିଛି । ଏନେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନେଇ ବିହାର ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସ୍ଥିତି ନିୟନ୍ତ୍ରଣ କରିବାକୁ ବିହାରକୁ ପଠାଯାଇଛି ୧୦ ଟ୍ରୁପ୍ ଅର୍ଦ୍ଧସାମରିକ ବଳ । ଏଥିରେ ସାମିଲ ଅଛନ୍ତି ସିଆରପିଏଫ୍, ଏସଏସବି ଓ ଆଇଟିବିପି ଯବାନ୍ । ହିଂସା ନିୟନ୍ତ୍ରଣ କରିବାକୁ ଅର୍ଦ୍ଧସାମରିକ ବଳକୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ କରାଯାଇଛି । ଶନିବାର ରାତିରେ ଦଙ୍ଗା ପରେ ଗୁଳିମାଡ ଓ ବିସ୍ଫୋରଣ ହେବା ପରେ ଗୃହମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇ ବିହାରକୁ ସୁରକ୍ଷାବଳ ପଠାଇଛନ୍ତି ।