ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର-ପଖ୍ତୁନଖୱା ପ୍ରଦେଶର ପାକିସ୍ତାନର ଦ୍ରାବାନ ଅଞ୍ଚଳରେ ପୁଲିସ ଥାନାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସ୍ଥାନୀୟ ସମୟ ରାତି ପ୍ରାୟ ୩ଟା ବେଳେ ଆତଙ୍କବାଦୀମାନେ ସ୍ନାଇପର୍ ଗୁଳିରେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ ଏବଂ ପରେ ପୋଲିସ ଷ୍ଟେସନ ଭିତରକୁ ପଶିଥିଲେ। ଦ୍ରାବନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ମଲିକ ଅନିସ୍ ଉଲ୍ ହାସନଙ୍କ ସୂଚନା ମୁତାବକ, ପୋଲିସ ଷ୍ଟେସନ ଭିତରକୁ ପ୍ରବେଶ କରିବା ପରେ ଆତଙ୍କବାଦୀମାନେ ହ୍ୟାଣ୍ଡ ଗ୍ରେନେଡରେ ବିସ୍ଫୋରଣ କରିଥିଲେ । ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ