ମାଙ୍ଗାଲୁରୁ ବ୍ଲାଷ୍ଟ୍ ଘଟଣାର ପର୍ଦ୍ଦାଫଶ କରିଛି ପୋଲିସ । ଅଟୋରିକ୍ସାରୁ ଆଧାର କାର୍ଡ, ମୋବାଇଲ ସିମ୍ ଓ ପ୍ରେସର କୁକର ମିଳିବା ପରେ ବିସ୍ଫୋରଣରେ ଆତଙ୍କବାଦୀଙ୍କ ଲିଙ୍କ୍ ଥିବା କହିଛି ପୋଲିସ୍ । ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ମାଧ୍ୟମରେ ଚଳନ୍ତା ଅଟୋରିକ୍ସାରେ ଆଇଡି ବ୍ଲାଷ୍ଟ କରାଯାଇଥିଲା । ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ଯୁବକକୁ ଚିହ୍ନଟ କରିଛି । ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା । ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍ ଥିବା କର୍ଣ୍ଣାଟକ ଡିଜିପି ସ୍ପଷ୍ଟ କରିଥିଲେ । ଅଟୋରିକ୍ସାରୁ ଆଧାର କାର୍ଡ, ମୋବାଇଲ ସିମ୍, ପ୍ରେସର କୁକର ଓ ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ମିଳିବା ପରେ ବିସ୍ଫୋରଣରେ ସମ୍ପୃକ୍ତି ଥିବା ଯୁବକଙ୍କୁ ଚିହ୍ନଟ କରିଛି ପୋଲିସ । ତୀର୍ଥହଲ୍ଲୀ ଅଞ୍ଚଳରେ ରହୁଥିବା ୨୪ବର୍ଷିୟ ମହମ୍ମଦ ସରିକ୍ ବ୍ଲାଷ୍ଟ୍ ଯୋଜନା କରିଥିଲା । ମହମ୍ମଦ ସରିକ୍ ପୂର୍ବରୁ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହିତ ଲିଙ୍କ୍ ରେ ଥିବା ପୋଲିସ ସ୍ପଷ୍ଟ କରିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ