ଦୀପାବଳି ପରେ ଜହର ପାଲଟିଛି ଦିଲ୍ଲୀର ବାୟୁମଣ୍ଡଳ । ବିଶେଷ କରି ଏନସିଆର ଏରିଆରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଫଳରେ ଆଲର୍ଜି ଏବଂ ଶ୍ୱାସକ୍ରିୟା ରୋଗର ମାମଲା ବୃଦ୍ଧି ପାଇଛି ଏବଂ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ବୃଦ୍ଧି ପାଇଛି । ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ଖରାପ ହେବା ସହ ବିଷାକ୍ତ ଧୂଆଁ ସାରା ପରିବେଶକୁ ବିଷାକ୍ତ କରିପକାଇଛି । ଯାହା ପ୍ରଭାବରେ ଆଖିରେ ଯନ୍ତ୍ରଣା ହେବା ଏବଂ ଆସ୍ଥମା ଭଳି ସମସ୍ୟା ବୃଦ୍ଧି ପାଇଛି ଏବଂ ବିଭିନ୍ନ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ସିଓପିଡି, ଆସ୍ଥମା, ଇଣ୍ଟରଷ୍ଟିଟିଆଲ୍ ଫୁସଫୁସ୍ ଜନିତ ରୋଗ ଏବଂ ଗୁରୁତର ପୋଷ୍ଟ-କୋଭିଡ୍ ସିକ୍ୱେଲ ଭଳି ରୋଗ ଭଳି ସମସ୍ୟା ବଢିବାର ସମ୍ଭାବନା ରହିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଖରାପ ବାୟୁ ଗୁଣବତ୍ତା ମଣିଷ ଶରୀରରେ ଇନସୁଲିନ୍ ପ୍ରତିରୋଧ ସୃଷ୍ଟି ହୁଏ । ଫଳରେ ମଧୁମେହ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ଏହାସହ ଲୋକଙ୍କଠାରେ ଚର୍ମ ଓ ଚକ୍ଷୁ ଆଲର୍ଜି ସହ ମହିଳାଙ୍କ ଠାରେ ପ୍ରଜନନ କ୍ଷମତାକୁ ମଧ୍ୟ ଗଭୀର ପ୍ରଦୂଷଣ ପ୍ରଭାବିତ କରିପାରେ । ତେଣୁ ସରକାର ଏନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍