ବିଷ ବଳୟରେ ଦିଲ୍ଲୀ-ଏନ୍ସିଆର । କ୍ରମାଗତ ଭାବେ ବିଷାକ୍ତ ହେବାରେ ଲାଗିଛି ବାୟୁ । ବାୟୁ ମାନକ ସୂଚକାଙ୍କ ଗୁରୁତର ଶ୍ରେଣୀରେ ରହିଛି । ଦିଲ୍ଲୀର ଏକ୍ୟୁଆଇ ୫୦୦ ପାର୍ କରିଛି । ଏବେ ଦିଲ୍ଲୀର ବାୟୁ ୨୫-୩୦ଟି ସିଗାରେଟର ଧୂଆଁ ସମାନ ହୋଇଯାଇଛି । ସବୁ ବର୍ଗର ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି । ଗର୍ଭବତୀଙ୍କ ପେଟରେ ବଢୁଥିବା ଶିଶୁ ଉପରେ ଏହାର କୁପ୍ରଭାବ ପଡ଼ିବ । ଅନ୍ୟପକ୍ଷରେ ଦିଲ୍ଲୀ ସରକାର ପ୍ରଦୂଷଣ ସ୍ଥିତିକୁ ଦେଖି ଜରୁରୀ ବୈଠକ ଡକାଇବାକ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଖୁବଶୀଘ୍ର ୫ ରାଜ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣା ପରିବେଶ ମନ୍ତ୍ରୀଙ୍କ ସହ ବୈଠକ ହେବ ।ପ୍ରଦୂଷଣ ଯୋଗୁଁ ଆଗ୍ରାସ୍ଥିତ ତାଜମହଲ ସମ୍ପୂର୍ଣ୍ଣ ଅଦୃଶ୍ୟ ଭଳି ଦେଖାଯାଉଛି । ଉତ୍ତରପ୍ରଦେଶର ଘାଜିଆବାଦ, ମୋରାଦାବାଦ, ନୋଏଡା, କାନପୁର ଆଦିର ସ୍ଥିତି ବି ବେହାଲ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍