ଦିଲ୍ଲୀରେ ଥମୁନି ବାୟୁ ପ୍ରଦୂଷଣ । ଆଜିବି ଖରାପ ସ୍ଥିତିରେ ରହିଛି ବାୟୁର ଗୁଣବତ୍ତା ମାନ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୮ ରେକର୍ଡ ହୋଇଛି। ଗତକାଲି ତୁଳନାରେ କିଛି ସ୍ଥାନରେ ବାୟୁରମାନରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଖରାପ ସ୍ଥିତିରେ ରହିଛି । ବିଷ ବାୟୁରେ ଅଣନିଶ୍ବାସୀ ହୋଇ ପଡିଛନ୍ତି ରାଜଧାନୀବାସୀ । କେବଳ ଦିଲ୍ଲୀ ନୁହଁ ଆଖପାଖ ରାଜ୍ୟରେ ମଧ୍ୟ ପ୍ରଦୂଷଣର ମାତ୍ରା ବଢିଛି । ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନର ଅନେକ ସ୍ଥାନରେ ପ୍ରଦୂଷଣର ମାତ୍ରା ଅତି ଖରାପ ସ୍ଥିତିରେ ରହିଛି । ବାୟୁର ମାନରେ ସୁଧାର ଆସୁନଥିବାରୁ କେନ୍ଦ୍ରର ସହାୟତା ଲୋଡ଼ିଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । କଟକଣାକୁ ନେଇ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍ GRAP ନିୟମକୁ କଡ଼ାକଡ଼ା ଭାବେ ଲାଗୁ କରିବାକୁ ୬ ଜଣିଆ କମିଟି ଗଠନ କରାଯାଇଛି । ପରିବେଶ ବିଭାଗ ସଚିବଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ବଢିଥିବାରୁ ମୁଖ୍ୟତଃ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ଏହାର ଅଧିକ କୁପ୍ରଭାବ ପଡୁଛି । ସେହିପରି ବରିଷ୍ଠ ନାଗରିକ ମଧ୍ୟ ପ୍ରଦୂଷଣକୁ ନେଇ ହନ୍ତସନ୍ତ ହେଉଛନ୍ତି । ଖୋଲା ଆକାଶରେ ବୁଲିବା ସେମାନଙ୍କ ଲାଗି କଷ୍ଟକର ହୋଇପଡିଛି । ପ୍ରଦୂଷଣ ଯୋଗୁଁ ଅନେକ ଶ୍ବାସ ଜନିତ ରୋଗର ଶିକାର ହେଉଛନ୍ତି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ