ବିଶ୍ୱ ଧନୀ ତାଲିକାର ଟପ୍-୩୦ରୁ ଆଉଟ୍ ହେଲେ ଆଦାନୀ । ଆମେରିକା ରିସର୍ଚ୍ଚ ଫର୍ମ ହିଣ୍ଡନବର୍ଗ କମ୍ପାନୀ ଆଦାନୀ ଗ୍ରୁପ ପାଇଁ ଭାରି ପଡୁଛି । ପ୍ରତିଦିନ ଗୌତମ ଆଦାନୀଙ୍କୁ ଝଟକା ପରେ ଝଟକା ଲାଗୁଛି । ଯାହାକୁ ନେଇ ଏବେ ଧନୀ ଲିଷ୍ଟର ତଳକୁ ତଳକୁ ଖସି ଚାଲିଛନ୍ତି ଗୌତମ ଅଦାନୀ । ତେବେ ଜାନୁଆରୀ ୨୪ ତାରିଖରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଅଦାନୀ ଟପ୍-୧୦ରୁ ବାହାରିଥିଲେ । ଆଉ ପରେ ପରେ ଧନୀ ତାଲିକାର ଟପ୍-୨୦ରୁ ବି ଆଉଟ୍ ହୋଇଥିଲେ । ହେଲେ ଏବେ ଗୌତମ ଅଦାନୀ ବିଶ୍ୱର ଧନୀ ତାଲିକାର ଟପ୍-୩୦ରୁ ବି ଆଉଟ୍ ହୋଇଯାଇଛନ୍ତି । ଗୌତମ ଆଦାନୀଙ୍କ ସମ୍ପତ୍ତିର ପରିମାଣ ଏବେ ଦିନକୁ ଦିନ କମିବାରେ ଲାଗିଛି । ଗତବର୍ଷ ସେ ଯେଉଁ ଆକାରରେ ଆୟ କରିଥିଲେ, ଚଳିତ ବର୍ଷ ସେ ସବୁ କିଛି ସେ ହରେଇବାରେ ଲାଗିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍