The Topmost

“The eyes believe themselves, the ears believe other people.”

No tobaco day

ବିଶ୍ୱ ତମାଖୁ ବର୍ଜ୍ଜନ ଦିବସରେ ବୈଜ୍ଞାନିକଙ୍କ ମତ


ଆଜି ହେଉଛି ବିଶ୍ୱ ତମାଖୁ ବର୍ଜ୍ଜନ ଦିବସ । ଏହି କାରଣରୁ, ଷ୍ଟାନଫୋର୍ଡ ୟୁନିଭରସିଟିର ଇତିହାସ ବିଜ୍ଞାନ ପ୍ରଫେସର ରବର୍ଟ ପ୍ରକଟର କୁହନ୍ତି । ତମାଖୁ ଶିଳ୍ପ ବିରୁଦ୍ଧରେ ସାକ୍ଷ୍ୟ ଦେଇଥିବା ସେ ହେଉଛନ୍ତି ପ୍ରଥମ ଐତିହାସିକ । ତମାଖୁ ଏବଂ ଏହାର ଉପଭୋକ୍ତାମାନେ କୁଖ୍ୟାତ, କି;ୁ ଏହାକୁ ବିକ୍ରୟ କରିବାକୁ ଅନୁମତି ଦେଉଥିବା ସରକାର ଏବଂ ବିଜ୍ଞାପନ ମାଧ୍ୟମରେ ଏହାକୁ ବଜାରକୁ ଆଣିଥିବା ଲୋକମାନେ ଧନୀ, ସମ୍ମାନଜନକ ଏବଂ ଶକ୍ତିଶାଳୀ ଜୀବନଯାପନ କରୁଛନ୍ତି । ତମାଖୁକୁ ସିଗାରେଟରେ ପରିଣତ କରିବାର ପ୍ରଯୁକ୍ତିବିଦ୍ୟା ଅପେକ୍ଷା ଏ ପର୍ଯ୍ୟନ୍ତ ଦୁନିଆରେ କିଛି ବିପଜ୍ଜନକ ହୋଇପାରି ନାହିଁ ।

ତମାଖୁ ଧୂଆଁ ସିଗାରେଟ୍‌ ମାଧ୍ୟମରେ ଗଳାରେ ପ୍ରବେଶ କରେ ନାହିଁ ବରଂ ଲୋକମାନେ ଏହାକୁ ଫୁସଫୁସକୁ ଟାଣନ୍ତି । ପୂର୍ବରୁ ଜଣେ ବ୍ୟକ୍ତି ଦିନକୁ ୨୦୦ ସିଗାରେଟ୍‌ ତିଆରି କରିପାରେ । ଆଜି ଏକ ମେସିନ୍‌ ୧ ମିନିଟରେ ୨୦ ହଜାର ସିଗାରେଟ୍‌ ତିଆରି କରୁଛି । ହାଲୁକା, ଫିଲଫର୍‌ ଏବଂ ସ୍ୱାଦଯୁକ୍ତ ସିଗାରେଟ୍‌ ତିଆରି କରିବାକୁ କମ୍ପାନୀଗୁଡିକ ମଧ୍ୟରେ ଏକ ପ୍ରତିଯୋଗିତା ହେଉଛି । ସିଗାରେଟ୍‌ ଯେତେ ହାଲୁକା, ସେ ଫୁସଫୁସକୁ ସେତେ ଶୀଘ୍ର ନଷ୍ଟ କରିଦିଏ । ଏଥିରେ ପ୍ରାୟ ୬୦୦ ପ୍ରକାରର ବିଷାକ୍ତ ପଦାର୍ଥ ସିଆନାଇଡ୍‌, ରେଡିଓଆକଫିଭ୍‌ ଆଇସୋଟୋପ୍‌ ଏବଂ ଆମୋନିୟା ମିଶ୍ରିତ ହୋଇଥାଏ । ଏହିପରି ବିଷ ଉତ୍ପାଦନ ତଥା ବିକ୍ରୟ ପାଇଁ ଲାଇସେନ୍ସ ପ୍ରଦାନ କରି ସରକାର ସବୁଠୁ ବଡ ଅପରାଧୀ ସାଜିଛନ୍ତି ।

ସିଗାରେଟରେ ରେଡିଓଆକଫିଭ୍‌ ଉପାଦାନ ମଧ୍ୟ ଥାଏ । ପ୍ରତି ବର୍ଷ ସିଗାରେଟ ଟାଣିବା ଦ୍ୱାରା ୮ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ସିଗାରେଟ ଯୋଗୁଁ ମୃତ୍ୟୁବରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ କମ୍ପାନୀମାନେ ଲକ୍ଷ ଲକ୍ଷ ଟଙ୍କା ଲାଭ କରୁଛନ୍ତି । ତମାଖୁ ଚାଷ ଠାରୁ ଆରମ୍ଭ କରି ସିଗାରେଟ୍‌ ତିଆରି ପର୍ଯ୍ୟନ୍ତ ପ୍ରକ୍ରିୟାରେ ଜଳବାୟୁ ପରିବର୍ତ୍ତନକୁ ଇନ୍ଧନ ଦେଉଛି । ଏହାର ଚାଷରେ ବ୍ୟବହୃତ କୀଟନାଶକ ଦ୍ୱାରା ପୃଥିବୀ ନଷ୍ଟ ହୋଇଯାଉଛି । ପୃଥିବୀରେ ଜୀବନ ବଞ୍ଚାଇବା ପାଇଁ ଏହାକୁ ତୁରନ୍ତ ନିଷେଧ କରାଯିବା ଉଚିତ ।

ସିଗାରେଟ ଯୋଗୁଁ ମୃତ୍ୟୁବରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ କମ୍ପାନୀଗୁଡିକ ଲକ୍ଷ ଲକ୍ଷ ଟଙ୍କା ଲାଭ କରୁଛନ୍ତି । ପ୍ରତିବର୍ଷ ୬ ଲକ୍ଷ କୋଟି ସିଗାରେଟ ଟାଣୁଛନ୍ତି । ସେକେଣ୍ଡରେ ୧୫ କିଲୋମିଟର ପର୍ଯ୍ୟନ୍ତ ସିଗାରେଟ୍‌ ଧୂମପାନ କରାଯାଉଛି । ପ୍ରତିବର୍ଷ ସିଗାରେଟ୍‌ ଉତ୍ପାଦନରେ ୬୦୦ ନିୟୁତ ଗଛ କଟାଯାଏ । ଭାରତରେ ତମାଖୁ ଚାଷ ୧୯୬୨-୨୦୦୨ ମଧ୍ୟରେ ୧୭୦୦ ହେକଫର ଜଙ୍ଗଲ ନଷ୍ଟ କରିଛି । ତଥାପି ଲୋକେ ତାକୁ ଟାଣିଛନ୍ତି । ସରକାର ଏହାକୁ ବିକୁଛନ୍ତି । ଏ ତମାଖୁ ବର୍ଜ୍ଜନ ଦିବସର କୌଣସି ପ୍ରଭାବ ପ୍ରକତରେ ପଡୁନାହିଁ ।

SHARE BY