ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ର କ୍ୱାଲିଫାଇଙ୍ଗ ରାଉଣ୍ଡରେ ଶୁକ୍ରବାର ୮୮.୭୭ ମିଟର ଥ୍ରୋ କରିଛନ୍ତି । ଏଥିସହିତ ହିଁ ସେ ପ୍ୟାରିସ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଛନ୍ତି । ନୀରଜ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ନିଜ ସ୍ଥାନ ପକ୍କା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକର ଆରମ୍ଭ ୨୬ ଜୁଲାଇ ୨୦୨୪ରୁ ହେବାକୁ ଯାଉଛି । ହଙ୍ଗରୀର ବୁଡାପେଷ୍ଟରେ ଜାରି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ କ୍ୱାଲିଫାଇଙ୍ଗ ରାଉଣ୍ଡର ନିଜର ପ୍ରଥମ ପ୍ରୟାସରେ ହିଁ ୮୮.୭୭ ମିଟର ଥ୍ରୋ କରିଥିଲେ । ଯାହା କି ତାଙ୍କ ସିଜିନର ବେଷ୍ଟ ମଧ୍ୟ ଅଟେ । ଅଲିମ୍ପିକ, ଏସିଆନ ଗେମ୍ସ ଏବଂ କମନୱେଲ୍ଥ ଗେମ୍ସରେ ଗୋଲ୍ଡ ମେଡାଲ ଜିତିବା ବ୍ୟତୀତ ୨୫ ବର୍ଷୀୟ ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଚାମ୍ପିଅନ ମଧ୍ୟ ରହିଛନ୍ତି । ନୀରଜ ଚୋପ୍ରା ଫାଇନାଲ୍ ପାଇଁ କ୍ୱାଲିଫାଏ ହେବା ସହ ହିଁ ଭାରତକୁ ଏହି ଚାମ୍ପିଅନସିପରେ ପଦକ ଜିତିବାର ଆଶା ମଧ୍ୟ ବଢ଼ିଯାଇଛି । କାରଣ ବର୍ତ୍ତମାନ ସୁଦ୍ଧା କୌଣସି ବି ଭାରତୀୟ ଖେଳାଳି ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତିନାହାନ୍ତି । ଅବଶ୍ୟ ନୀରଜ ଚୋପ୍ରା ଗତ ବର୍ଷ ଓରେଗନରେ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ରେ ରୌପ୍ୟ ପଦକ ଜିତିଥିଲେ ।
More Stories
କ୍ରିକେଟ୍ ତାରକାଙ୍କ ଉପରେ ଅଭିଯୋଗ, ମୋ ପୁଅର ଭବିଷ୍ୟତ..
ହନିମୁନ ପିରିୟଡ ଶେଷ ହେଲା, ଏବେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବ୍ୟାଟିଂ କୋଚ୍ ହେବେ ଗମ୍ଭୀର..
ମ୍ୟାଚ୍ ଭିତରେ ବଜ୍ର ପଡି ଲେଜେଣ୍ଡାରୀ ଖେଳାଳୀଙ୍କ ଚାଲିଗଲା ଜୀବନ