ଅଷ୍ଟ୍ରେଲିଆର ପଶ୍ଚିମ ଦିଗରେ ଥିବା ଶାର୍କ ବେରେ ସମୁଦ୍ର ଘାସ ଆବିଷ୍କୃତ ହୋଇଛି । ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଜଳ ତଳେ ବିସ୍ତାରିତ ଘାସ ହେଉଛି ଏକ ଉଦ୍ଭିଦ । ପ୍ରାୟ ୪୫୦୦ ବର୍ଷ ପୂର୍ବେ ଗୋଟିଏ ବିହନରୁ ଉଦ୍ଭିଦ ବୃଦ୍ଧି ପାଇଥିଲା । ଏହାର ବିଶେଷତ୍ୱ ହେଉଛି ଏହି ସମୁଦ୍ର ଘାସ ୧୮୦ ବର୍ଗ କିଲୋମିଟର ଉପରେ ବିସ୍ତାରିତ ଏକ ଉଦ୍ଭିଦ । ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଶାର୍କ ବେରେ ସାଧାରଣତ ମିଳିଥିବା ରିବନ୍ ତୃଣ ପ୍ରଜାତିର ଜେନେଟିକ ବିବିଧତାକୁ ବୁଝିବାକୁ ଚେଷ୍ଟା କରିଥିଲେ ।
ଗବେଷକମାନେ ଗଲ®ର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରିଥିଲେ ଏବଂ ପ୍ରତ୍ୟେକ ନମୁନାର ଏକ ଚଫିଙ୍ଗର ପ୍ରିଣ୍ଟ ସୃଷ୍ଟି କରିବାକୁ ୧୮,୦୦୦ ଜେନେଟିକ୍ ମାକର୍ର୍ ଅଧ୍ୟୟନ କରିଥିଲେ । ବାସ୍ତବରେ, ସେମାନେ ଜାଣିବାକୁ ଚାହିଁଲେ କେତେ ଗୁଡ଼ିଏ ଉଦ୍ଭିଦ ଏକତ୍ର ସମୁଦ୍ର ଘାସର ଏକ କ୍ଷେତ୍ର ସୃଷ୍ଟି କରନ୍ତି । ଡ. ଏଲିଜାବେଥ୍ ସିନେP୍ଲର୍ କହିଛନ୍ତି ଯେ ଫୁଲ ଫୁଟିବା ଏବଂ ବିହନ ଉତ୍ପାଦନ ନକରି ମଧ୍ୟ ଏହି ଉଦ୍ଭିଦ ବହୁତ ଶକ୍ତିଶାଳୀ । ଏହି ଅନୁସନ୍ଧାନ ପ୍ରୋସିଡିଙ୍ଗ୍ସ ଅଫ୍ ରୟାଲ୍ ସୋସାଇଟିରେ ପ୍ରକାଶିତ ହୋଇଛି ।
ଅଧ୍ୟୟନ ଦଳର ନେତା ଜେନ ଏଡଗେଲୋଙ୍କ ଅନୁଯାୟୀ, ଶାର୍କ ବାଇରେ କେବଳ ଗୋଟିଏ ଉଦ୍ଭିଦ ଥିଲା, ଯାହା ୧୮୦ କିଲୋମିଟର ଅଞ୍ଚଳରେ ବ୍ୟାପିଛି । ଏହା ପୃଥିବୀରେ ସର୍ବ ବୃହତ ଉଦ୍ଭିଦ ଅଟେ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ, ଯାହାକି ସମଗ୍ର ଗଲ®ରେ ବିଭିନ୍ନ ଅବସ୍ଥାରେ ବଢିଛି । ଏହା ମଧ୍ୟ ବିଭିନ୍ନ ତାପମାତ୍ରା ଏବଂ ଆଲୋକ ପରି ଅବସ୍ଥାକୁ ସହ୍ୟ କରିବାକୁ ସକ୍ଷମ, ଯାହା ଅଧିକାଂଶ ଉଦ୍ଭିଦ ପାଇଁ ବହୁତ କଷ୍ଟକର । ତେବେ ଏହି ପରୀକ୍ଷଣରୁ ପ୍ରକାଶିତ ଯେ ଏହି ଉଦ୍ଭିଦ ପୃଥିବୀର ସବୁଠାରୁ ବୃହତ ଉଦ୍ଭିଦ ।
https://thetopmost.in/pudina-is-good-for-healthy-skin/
https://thetopmost.in/south-movie-success-make-irritate-bollywood-celebrity/
More Stories
ଏଣ୍ଡୋମେଟ୍ରିଓସିସ୍ କଣ, କେମିତି ନେବେ ଯତ୍ନ
ପଇଡ ପାଣିର ଚମତ୍କାର ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଡାର୍କ ସର୍କଲକୁ ସମୂଳେ ନାଶ କରନ୍ତୁ