ବିଶ୍ବର ନମ୍ବର ୧ ଧନୀ ତାଲିକାରୁ ହଟିଲେ ଏଲନ ମସ୍କ । ବିଶ୍ୱର୍ ଟପ୍-୧୦ ଧନୀ ତାଲିକାରେ ବଡ ଧରଣର ଅଦଳବଦଳ । ଦୀର୍ଘ ଦିନ ଧରି ବିଶ୍ୱର ଧନୀ ତାଲିକାରେ ଏକ ନମ୍ବର ଥିବା ଏଲନ୍ ମସ୍କ ଏବେ ଆଉ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇ ନାହାଁନ୍ତି । ଫ୍ରାନ୍ସର ଜଣେ ବ୍ୟବସାୟୀ ବର୍ନାଲ୍ଡ ଅର୍ଣ୍ଣୋଲ୍ଟ, ତାଙ୍କୁ ଟପି ଏବେ ବିଶ୍ୱର ଏକ ନମ୍ବର ଧନୀ ହୋଇଯାଇଛନ୍ତି । ଏବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି ବର୍ଣ୍ଣାଲ୍ଡ ଅର୍ଣ୍ଣୋଲ୍ଟ । ତାଙ୍କ ମୋଟ ସମ୍ପତିର ପରିମାଣ ୧୮୬.୫ ଅରବ ଡଲାର ହୋଇଥିବାବେଳେ, ଏଲନ୍ ମସ୍କଙ୍କ ସମ୍ପତିର ପରିମାଣ ହେଉଛି ୧୮୧.୩ ଅରବ ଡଲାର । ତେବେ ବିଶ୍ୱର ଏହି ଦୁଇ ଧନୀ ବ୍ୟକ୍ତିଙ୍କ ଭିତରେ ସମ୍ପତିର ଫରକ୍ ବେଶ କମ୍ ରହିଛି । ଯାହାକି ମାତ୍ର ୫.୨ ଅରବ ଡଲାର ଅଟେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ