୧୩୪ ସେମି ଲମ୍ବା, ୯୮ ସେମି ଚଉଡ଼ା ଏବଂ ୧୦୦ ସେମି ଉଚ୍ଚତା ବିଶିଷ୍ଟ ଏହି ନୀଳ ରଙ୍ଗର କାର୍ ହେଉଛି ଦୁନିଆର ସବୁଠୁ ଛୋଟ କାର୍ । ଏହି କାର୍ର ନାମ ‘ପିଲ୍ ପି୫୦’ । କାର୍ ମାଲିକଙ୍କ କହିବା ଅନୁଯାୟୀ ଲୋକମାନେ ତାଙ୍କର ଏହି ଛୋଟ କାର୍କୁ ନେଇ ଥଟ୍ଟାପରିହାସ କରନ୍ତି । ହେଲେ ତାଙ୍କୁ ଅନ୍ୟ କାର ତୁଳନାରେ ତେଲ ଖର୍ଚ୍ଚ ବହୁତ କମ୍ ପଡ଼ୁଛି । ୩୧ ବର୍ଷୀୟ ଆଲେକ୍ସ ଓର୍ଚିନ୍ ଏହି କୁ୍ୟଟ୍ କାର୍ର ମାଲିକ । ସେ ପ୍ରତିଦିନ କାମ ପାଇଁ ବ୍ରିଟେନର ସସେକ୍ସନ ସହରରୁ ନିଜ ନୀଳ ରଙ୍ଗର କାରରେ ଯାତ୍ରା କରନ୍ତି । ଆଲେକ୍ସ ୫ ଫୁଟ ୧୧ ଇଞ୍ଚର ହୋଇଥିଲେ ବି କାର୍ରେ ଏକଦମ ଫିଟ୍ ହୋଇଯାଆନ୍ତି ଏବଂ ଗାଡ଼ି ଡ୍ରାଇଭ କରିବା ବେଳେ କୌଣସି ବି ଅସୁବିଧା ହେଉନାହିଁ । ଏହାର ଟାଙ୍କିରେ ମାତ୍ର ୫ଲିଟରର ପେଟ୍ରୋଲ ଭରି ହେବ । ଏଥିରେ ପ୍ରତି ଲିଟର ପ୍ରାୟ ୪୨କିଲୋମିଟର ଏବଂ ଘଣ୍ଟା ପ୍ରତି ୩୭କିଲୋମିଟର ବେଗ ପର୍ଯ୍ୟନ୍ତ ଯାତ୍ରା କରିପାରେ । ତିନୋଟି ଚକା ସହ ୪.୫ ହର୍ସପାୱର ଇଞ୍ଜନ ଥିବା ଏହି କାର୍ର ନିର୍ମାଣ ବ୍ରିଟେନର ପିଲ୍ ଇଞ୍ଜିନିୟରିଂ କମ୍ପାନୀ କରୁଛି । ଗତବର୍ଷ ଆଲେକ୍ସ ଏହି କାର୍ରେ ସମଗ୍ର ବ୍ରିଟେନ ଭ୍ରମଣ କରିଥିଲେ । ସେ କହିଛନ୍ତି, ତାଙ୍କୁ ପିଲାଟିବେଳୁ ହିଁ ପୁରୁଣା, ଭିଣ୍ଟେଜ୍ ଏବଂ ନିଆରା ଦେଖାଯାଉଥିବା ଗାଡ଼ି ବହୁତ ପସନ୍ଦ ।

ତାଙ୍କ ପାଖରେ ୧୯୧୪ ମଡେଲ ଟି ଏବଂ ୧୯୬୮ ମୋରିସ୍ ମାଇନର କାର୍ ବି ଅଛି । ଯେତେବେଳେ ସେ ପି୫୦ କାର୍ର ଛୋଟ ସାଇଜ୍ ଦେଖିଥିଲେ, ତାଙ୍କୁ ବହୁତ ପସନ୍ଦ ଆସିଥିଲା । ହେଲେ ଏହାର ମୂଲ୍ୟ ଜାଣିବା ପରେ ଆଚମ୍ବିତ ହୋଇଯାଇଥିଲେ । ଏହି କାର୍ର ମୂଲ୍ୟ ପ୍ରାୟ ୮୪ଲକ୍ଷରୁ ଅଧିକ । ତେଣୁ ସେ ତାଙ୍କ ସହରର ଅନ୍ୟ ଜଣେ ବ୍ୟକ୍ତିଠାରୁ ଏହି ପୁରୁଣା କାର କିଣିଛନ୍ତି । ରିପୋର୍ଟ ଅନୁଯାୟୀ ପି୫୦ କାର୍ର ପ୍ରଡକ୍ସନ ୧୯୬୨ରୁ ୧୯୬୫ ପର୍ଯ୍ୟନ୍ତ ହୋଇଥିଲା । ପରେ ୨୦୧୦ରୁ ପୁଣି ଥରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ସେହି ବର୍ଷ ହିଁ ଏହା ଦୁନିଆର ସବୁଠୁ ଛୋଟ କାର୍ ଭାବେ ଘୋଷିତ ହୋଇଥିଲା । ଏହାର ନାମ ଗିନିଜ ବୁକ ଅଫ୍ ୱାଲïର୍ ରେକର୍ଡରେ ସ୍ଥାନିତ ହୋଇଛି ।
1 thought on “ବିଶ୍ୱର ସବୁଠୁ ଛୋଟ କାର”