The Topmost

“The eyes believe themselves, the ears believe other people.”

ବିଶ୍ୱରେ ଭୋକର ହଟସ୍ପଟ ବନିଲା ପାକିସ୍ତାନ

ପାକିସ୍ତାନରେ ଘୋର ବିପନ୍ନ ଖାଦ୍ୟ ନିରାପତ୍ତା । ଆସନ୍ତା ମାସଗୁଡିକରେ ଏହି ସଂକଟ ଅଧିକ ତୀବ୍ର ହେବା ଆଶଙ୍କା ଦେଖାଦେଲାଣି। ଦେଶରେ ରାଜନୈତିକ ଓ ଅର୍ଥନୈତିକ ସଂକଟ ଘନୀଭୂତ ହେଉଥିବାବେଳେ ଖାଦ୍ୟ ନିରାପତ୍ତା ଅଧିକ ବିପନ୍ନ ହେବା ଆଶଙ୍କା କରାଯାଉଛି । ୨୨ଟି ରାଷ୍ଟ୍ରର ୮୧ଟି କ୍ଷୁଧାଜନିତ ହଟସ୍ପଟ ମଧ୍ୟରେ ପାକିସ୍ତାନ ଅନ୍ୟତମ। ଆସନ୍ତା ଜୁନରୁ ନଭେମ୍ବର ମଧ୍ୟରେ ଦେଶରେ ସଙ୍କଟ ଅତି ଉତ୍କଟ ହେବ ବୋଲି ଜାତିସଂଘ ଦର୍ଶାଇଛି। ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ପାକିସ୍ତାନରେ ଆର୍ଥିକ ସଂକଟ ଅଧିକ ଘନୀଭୂତ ହୋଇଛି । ବୈଦେଶିକ ଋଣ ପରିମାଣ ୭୭ ଦଶମିକ ୫ ବିଲିୟନ ଡଲାରରେ ପହଞ୍ଚିଲାଣି । ଋଣ ବୋଝ କାରଣରୁ ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବି ଋଣ ଦେବାକୁ ଅଗ୍ରାହ୍ୟ କରିଛି । ବୈଦେଶିକ ରିଜର୍ଭ ପରିମାଣ ଅଭାବରୁ ବି ଅନ୍ୟ ରାଷ୍ଟ୍ରର ସହାୟତା ସମ୍ଭବ ହୋଇପାରୁନାହିଁ । ସେପଟେ ପାକିସ୍ତାନ ମୁଦ୍ରାର ଅବମୂଲ୍ୟାୟନ ଘଟିଥିବାବେଳେ ଖାଦ୍ୟପଦାର୍ଥ ଦରବୃଦ୍ଧି ପାକିସ୍ତାନକୁ ଅଧିକ ସଙ୍କଟ ଘେରକୁ ଠେଲିଦେଇଛି ।

SHARE BY