The Topmost

“The eyes believe themselves, the ears believe other people.”

ବିଶ୍ୱରେ ଦେଖାଦେଇପାରେ ଚାଉଳ ସଙ୍କଟ !

ବିଶ୍ୱରେ ଦେଖାଦେଇପାରେ ଚାଉଳ ସଙ୍କଟ । ରୁଷ ୟୁକ୍ରେନ ଯୁଦ୍ଧ ପାଇଁ ଗହମ ସହିତ ଅନ୍ୟାନ୍ୟ ଦର ବଢିଛି । ଏବେ କିନ୍ତୁ ଚାଉଳ ଦର ବଢିବାକୁ ଯାଉଛି । ଦର ବଢିବା ପଛର ପ୍ରମୁଖ କାରଣ ଅଭାବୀ ବର୍ଷା ବୋଲି କୁହାଯାଉଛି । ଦେଶର ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ବିହନ ବୁଣିବା ପ୍ରକ୍ରିୟା ପ୍ରଭାବିତ ହୋଇଛି । ଏହି କାରଣରୁ ଚାଉଳ ଉତ୍ପାଦନ କମିପାରେ । ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷା ଅଭାବରୁ ଧାନ ବୁଣିବାରେ ୧୩ ପ୍ରତିଶତ ହ୍ରାସ ଘଟିଛି । ସେହିପରି ଛତିଶଗଡ ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ଚାଉଳ ଉତ୍ପାଦନକାରୀ ରାଜ୍ୟ ମଧ୍ୟ ବର୍ଷା ଅଭାବର ସାମ୍ନା କରୁଥିବା ଜଣାପଡିଛି । ଯଦି ଚାଉଳ ଉତ୍ପାଦନ କମ୍ ହେବ ତେବା ଘରୋଇ ବଜାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଚାଉଳ ରପ୍ତାନି ଉପରେ ସରକାର ରୋକ ଲଗାଇପାରନ୍ତି । ଏହାଦ୍ୱାରା ଅନେକ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇପାରେ ।