ଭୁବନେଶ୍ୱର: ଫେବୃଆରୀ ୧୮: ଏଣିକି ସମସ୍ତ ଗବେଷଣା ସମ୍ପର୍କିତ ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା । ଏମ୍ଫିଲ୍, ପିଏଚ୍ଡି, ଡିଲିଟ୍ ଭଳି ଗବେଷଣା ପାଠ୍ୟକ୍ରମ ମଧ୍ୟ ଏହି ନୂତନ ନିୟମ ଦ୍ୱାରା ପରିଚାଳିତ ହେବ । ଏହି ସବୁ ପାଇଁ ଗୋଟିଏ ସମୟରେ ନାମଲେଖା ହେବ । ପାଠ୍ୟକ୍ରମ ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ନୀତି ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଏହି ସଂପର୍କରେ ଗତକାଲି ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏ ସଂପର୍କରେ ଚିଠି ଲେଖିଛନ୍ତି।ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଏକ ସମୟରେ ଗବେଷଣା ପାଠ୍ୟକ୍ରମର ନାମଲେଖା ହେବ ଏବଂ ପାଠ୍ୟକ୍ରମର ସମୟସୀମା ମଧ୍ୟ ନିର୍ଦ୍ଧାରଣ ହେବ ବୋଲି କୁହାଯାଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି