ମତେ ବେଶି ବିରକ୍ତ କଲେ ମୁଁ ଆଣବିକ ବୋମା ପକାଇଦେବି । ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ଏଭଳି ମନ୍ତବ୍ୟ ସମଗ୍ର ବିଶ୍ୱକୁ ଚକିତ କରିଛି । ଗୁରୁବାର ଏହି ସୂଚନା ସାମ୍ନାକୁ ଆସିଛି । ଉତ୍ତର କୋରିଆର ନେତା କହିଛନ୍ତି ଯଦି କୌଣସି ଶତ୍ରୁ ପରମାଣୁ ଅସ୍ତ୍ରରେ ବ୍ୟବହାର କରିବାକୁ ଚେତାବନୀ ଦିଅନ୍ତି ତେବେ ଉତ୍ତର କୋରିଆ ଆଣବିକ ଆକ୍ରମଣ କରିବାକୁ ପଛାଇବ ନାହିଁ । ନିକଟରେ ଏକ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ନେଇ କିମ ସୈନ୍ୟଙ୍କୁ ଭେଟି ବୈଠକରେ ଏହା କହିଛନ୍ତି । କ୍ଷେପଣାସ୍ତ୍ର ଉତକ୍ଷେପଣରେ ଉତ୍ତର କୋରିଆ କଠିନ ଇନ୍ଧନ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ବ୍ୟବହାର କରିଛି। ଏହାର ଲଞ୍ଚକୁ ନେଇ ଜାପାନ ଉଦବେଗ ପ୍ରକାଶ କରିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ