The Topmost

“The eyes believe themselves, the ears believe other people.”

ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଇନକୋଭାକକୁ ମଞ୍ଜୁରୀ

ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଭାବେ ଇନକୋଭାକକୁ ମିଳିଲା ମଞ୍ଜୁରୀ । ଏନେଇ ଆମେରିକା ସିଡିଏସସିଓ ମଞ୍ଜୁରୀ ଦେଇଛି । ପୂର୍ବରୁ ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଭାବେ ଆସିଥିଲା ଇନକୋଭାକ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିଲେ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଇନକୋଭାକର ଜରୁରୀକାଳୀନ ବ୍ୟବହାର ହୋଇପାରିବ । ନାକରେ ନିଆଯାଉଥିବା ଏହି ଟିକା ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗୀକୁ କୋଭିଡ ସଂକ୍ରମଣରୁ ରକ୍ଷା କରିଥାଏ । ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇପାରିବେ ।