January 15, 2026

ବିଶ୍ବରେ ବଢିବ ମରୁଡି, ବନ୍ୟା ଓ ତାତି

ଜଳବାୟୁ ପରିବର୍ତ୍ତନ କେମିତି ବିଶ୍ୱ ଉପରେ ପ୍ରଭାବ ପକାଉଛି, ତା’ର ରିପୋର୍ଟ ଜାତିସଂଘ ପକ୍ଷରୁ ପ୍ରକାଶ କରାଇଛି । ବିଶ୍ୱ ପାଣିପାଗ ସଂଗଠନ ୨୦୨୨ ବର୍ଷ ପାଇଁ ପ୍ରସ୍ତୁତ କରିଥିବା ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର କେମିତି ପ୍ରଭାବିତ ହୋଇଛନ୍ତି, ତା’ର ଚିତ୍ର ଉପସ୍ଥାପନ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତାପ ସୃଷ୍ଟି କରୁଥିବା ଗ୍ରୀନ୍ ହାଉସ୍ ଗ୍ୟାସର ରେକର୍ଡ ସ୍ତର ସମଗ୍ର ବିଶ୍ୱରେ ମରୁଡ଼ି, ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ବା ହିଟ୍‌ୱେଭ ସ୍ଥିତିକୁ ବୃଦ୍ଧି କରିଛି। ୨୦୨୨ ବର୍ଷରେ ହିଟୱେଭ ଯୋଗୁ ୟୁରୋପରେ ପ୍ରାୟ ୧୫,୭୦୦ ଲୋକଙ୍କ ମୃତ୍ୟୁ ଘଟିଛି।

SHARE BY