ଫିଲ୍ମ ଫ୍ରାଇଡେ’ରେ ରିଲିଜ ହେବ ଅବତାର । ପୁଣି ଚାଲିବ ପାଣ୍ଡୋରାର ଯାଦୁ । ଆଜିଠୁ ବଡ଼ ପରଦାରେ ଧମାଲ କରିବ ହଲିଉଡ ଫିଲ୍ମ ଅବତାର । ୨୦୦୯ରେ ପ୍ରଥମ ଫିଲ୍ମଠି ରିଲିଜ ହୋଇଥିବା ବେଳେ ଏହା ବିଶ୍ବରେ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ପାଲଟିଥିଲା । ଆଜି ଯାଏ ବି ଏହି ଫିଲ୍ମର ଚାହିଦା ରହିଛି । ଏହାରି ଭିତରେ ଆଜି ଅବତାରର ସିକୁଏଲ ରିଲିଜ ହେବ । ଅବତାର ଦ ୱେ ଅଫ ୱାଟରର ଟ୍ରେଲର ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫିଲ୍ମ ମଧ୍ୟ ଦର୍ଶକକୁ ପସନ୍ଦ ଆସିବ । ଫିଲ୍ମରେ ପାଣ୍ଡୋରା ଗ୍ରହରେ ଥିବା ଲୋକଙ୍କୁ ନେଇ ପ୍ରଥମ ଅଧ୍ୟାୟ ଫିଲ୍ମ ତିଆରି ହୋଇଥିଲା । ଜେମ୍ସ କ୍ୟାମେରନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ଅବତାର ସାରା ବିଶ୍ବରେ ଚହଳ ସୃଷ୍ଟି କରିବାକୁ ଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ