ରକ୍ତତୀର୍ଥ ଇରମର ବଦଳିବ ନକ୍ସା । ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କୁ ଏନେଇ ପ୍ଲାନ୍ ଦେଲେ ୬ରୁ ୮ମାସରେ ନୂଆ ରୂପରେ ନଜର ଆସିବ ଇରମ ସହିଦ ସ୍ମୃତିସ୍ତମ୍ଭ । ଏନେଇ ଘୋଷଣା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଏହାସହ ଇରମରେ ହେବ ଲାଇଟ-ଆଣ୍ଡ ସାଉଣ୍ଡ ସୋ । ଇରମର ଇତିହାସ ନେଇ ସନ୍ଧ୍ୟାରେ ଅଧଘଣ୍ଟା ପାଇଁ ହେବ ଲାଇଟ-ଆଣ୍ଡ ସାଉଣ୍ଡ ସୋ । ଲୋକଙ୍କୁ ଇରମର କାହାଣୀ ଶୁଣାଇବା ଏବଂ ଏହିଠାରେ ବାନ୍ଧିରଖିବା ଦିଗରେ ଲାଇଟ-ଆଣ୍ଡ ସା ଉଣ୍ଡ ଶୋ ସହାୟକ ହେବ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ବର୍ଷ ବର୍ଷ ଧରି ସ୍ମୃତି ହୋଇ ରହିବ ଇରମ ସହିଦ ସ୍ମୃତି ପୀଠ । କୋଣାର୍କ ପରି ସୁନ୍ଦର ଭାବେ କାର୍ଯ୍ୟକାରୀ ଦିଗରେ ପ୍ରୟାସ କରିବା ବୋଲି କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ