ଆଜିକାଲି ସୋସିଆଲ ମିଡିଆରେ ଏକ କଲମକୁ ନେଇ ଖୁବ ଚର୍ଚ୍ଚା କରାଯାଉଛି । ଏହା କୌଣସି ସାଧାରଣ କଲମ ନୁହେଁ, ବରଂ ଏହା ବିଶ୍ୱର ସବୁଠୁ ବଡ଼ କଲମ୍ । ଏହି କଲମ୍ ଏତେ ବଡ଼ ଯେ ଏହାକୁ ଏକୁଟିଆ ଉଠାଇବା କଷ୍ଟକର । କେବଳ ଦେଖିîବାକୁ ବଡ଼ ନୁହେଁ, ଏଥିରେ ରିଫିଲ୍ ବି ଅଛି ଏବଂ ଲେଖାଯାଇପାରୁଛି । ହାଇଦ୍ରାବାଦର ଜଣେ ବ୍ୟକ୍ତି ଦୁନିଆର ସବୁଠୁ ବଡ଼ ପେନ୍ କରିବାର ଗିନିଜ୍ ୱାଲïର୍ ରେକର୍ଡକରିଛନ୍ତି । ଆଚାର୍ଯ୍ୟ ମକୁନୁରୀ ଶ୍ରୀନିବାସ ଏହି ବିଶାଳ ପେନ୍କୁ ୨୦୧୧ରେ ତିଆରି କରିଥିଲେ । ଏହି କଲମର ଲମ୍ବା ୫.୫ ମିଟର ଅର୍ଥାତ ୧୮ ଫୁଟ୍ ଏବଂ ଓଜନ ୩୭ କିଲୋଗ୍ରାମରୁ ଅଧିକ । ଗିନିଜ୍ ୱାଲïର୍ ରେକର୍ଡ ତାର ଅଫିସିଆଲ ୟୁଟୁ୍ୟବ ଏବଂ ଇନଷ୍ଟାଗ୍ରାମରେ ଏହି କଲମର ଏକ ଭିଡିଓ ସେୟାର କରିଛିି, ଯେଉଁଥିରେ କେତେକ ବ୍ୟକ୍ତି ଏକ କାଗଜରେ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି । ଗିନିଜ ୱାଲïର୍ ରେକର୍ଡ ଅନୁଯାୟୀ ଏହି କଲମ ପିତଳରେ ତିଆରି ହୋଇଛି ଏବଂ କେବଳ ପିତଳର ଓଜନ ୯ କିଲୋଗ୍ରାମ ।
“The eyes believe themselves, the ears believe other people.”
More Stories
ଏକାବେଳେ 20 ଶିଶୁଙ୍କ ସହ 100 ବିସ୍ଥାପିତଙ୍କ ହତ୍ୟା
ମୋମୋ ରୁ ମୃତ୍ୟୁ, ମୋମୋ ଖାଉଥିଲେ ସାବଧାନ
6000 ପ୍ରବାସୀଙ୍କୁ ମୃତ ଘୋଷଣା କଲା ଟ୍ରମ୍ପ ପ୍ରଶାସନ