January 14, 2026

Commercial airplane flying above cloudscape in dramatic toned sunset light.

ବିଶାଖାପାଟନା, ହାଇଦ୍ରାବାଦ ପାଇଁ ବିମାନ ଭଡା ବୃଦ୍ଧି

ବିଶାଖାପାଟଣାରୁ ହାଇଦ୍ରାବାଦ, ନୂଆଦିଲ୍ଲୀ ଏବଂ ଅନ୍ୟ କେତେକ ଗନ୍ତବ୍ୟସ୍ଥଳକୁ ବିମାନ ଭଡ଼ା ଗତ ୫ ଦିନ ମଧ୍ୟରେ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହି ରୁଟ୍‌ ଗୁଡ଼ିକରେ ବିମାନ ଟିକେଟ୍‌ର ଚାହିଦା ଆକାଶଛୁଆଁ ହେଉଥିବାରୁ ଏହି ଧାରା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ବାଲେଶ୍ୱରର ବାହାନଗାରେ କରମଣ୍ଡଳ ରେଳ ଦୁର୍ଘଟଣା ଯୋଗୁଁ ଏହି ରୁଟରେ ଚଳାଚଳ କରୁଥିବା ଅଧିକାଂଶ ଟ୍ରେନ୍‌ ବାତିଲ ହୋଇଥିବାରୁ ବିମାନ ଟିକେଟ ଦର ବୃଦ୍ଧି ପାଇଥିଲା। ଲାଇନ୍‌ ପୁନରୁଦ୍ଧାର ପରେ ମଧ୍ୟ ସ୍କୁଲଗୁଡ଼ିକର ଗ୍ରୀଷ୍ମ ଛୁଟି ଶେଷ ହେଉଥିବାରୁ ଏବଂ ଅଧିକାଂଶ ଟ୍ରେନ୍‌ରେ ଟିକେଟ୍‌ ଉପଲବ୍ଧ ନଥିବାରୁ ବିମାନ ଭଡ଼ା ଆକାଶଛୁଆଁ ହେଉଛି।

SHARE BY