The Topmost

“The eyes believe themselves, the ears believe other people.”

ବିଲ ଗେଟ୍ସଙ୍କୁ ବମ୍ବେ ହାଇକୋର୍ଟଙ୍କ ନୋଟିସ୍

ବିଲ ଗେଟ୍ସ କେନ୍ଦ୍ର ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ ନୋଟିସ । ଏହାସହ ଫାର୍ମା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ, ଏମ୍ସ ନିର୍ଦ୍ଦେଶକ, ଡିସିଜିଆଇ ମୁଖ୍ୟଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । କରୋନା ଟିକା କୋଭିସିଲ୍ଡ ନେବା ପରେ ଜଣେ ଫ୍ରଣ୍ଟଲାଇନ ଓ୍ବାର୍କରଙ୍କର ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ପରେ ଅନୁକମ୍ପାମୂଳକ ସହାୟତା ପାଇଁ କୋର୍ଟରେ ପିଟିସନ ଦାଏର କରିଥିଲେ ବାପା । ଆବେଦନକାରୀଙ୍କ ଝିଅ ଡାକ୍ତର ସ୍ନେହାଲ ଲୁନାଓ୍ବତ କରୋନା କାଳରେ ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ସେଠାରେ ସେ କୋଭିସିଲଡ ଭାକସିନ ନେଇଥିଲେ । ଟିକା ୧୧୦ ପ୍ରତିଶତ ସୁରକ୍ଷିତ ବୋଲି ଡିସିଜିଆଇ ପକ୍ଷରୁ କୁହାଯାଇଥିଲା । ହେଲେ ଟିକା ନେବା ପରେ ଡାକ୍ତର ଲୁନାଓ୍ବତଙ୍କର ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ପାଇଁ ଏକ ହଜାର କୋଟିର ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ପିଟିସନରେ ଦାବି କରିଛନ୍ତି ଡାକ୍ତର ଲୁନାଓ୍ବତଙ୍କ ବାପା ।