୨୦୦୨ ଗୁଜରାଟ ଦଙ୍ଗା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ବିଲ୍କିସ ବାନୋଙ୍କ ମାମଲା ଆସନ୍ତା ୨୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦିଆଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଦାଏର ହୋଇଥିଲା । ଆସନ୍ତା ୨୭ ତାରିଖରେ ୨୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏଥିପାଇଁ ଜଷ୍ଟିସ କେ.ଏମ୍. ଜୋସେଫ୍ ଏବଂ ବି.ଭି. ନାଗରତ୍ନାଙ୍କୁ ନେଇ ନୂଆ ଖଣ୍ଡପୀଠ ଗଠନ କରାଯାଇଛି । ୧୧ ଜଣଙ୍କୁ କ୍ଷମା ନିଷ୍ପତ୍ତି ବିରୋଧରେ ବିଭିନ୍ନ ଦଳ ଓ ନାଗରିକ ଅଧିକାର କର୍ମୀ ପିଟିଶନ ଦାଏର କରିଥିବାବେଳେ ବିଲ୍କିସ୍ଙ୍କ ପକ୍ଷରୁ ରିଟ୍ ପିଟିଶନ ଦାଏର ହୋଇଥିଲା। ଏହାର ଜରୁରୀ ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କରିବାକୁ ଗତ ୨୨ ତାରିଖରେ ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ ରାଜି ହୋଇଥିଲେ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ