ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ଗୋଲ୍ ବର୍ଷା । ଆଜି ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ । ଦିନ ଗୋଟାଏରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ହୋଇଥିବା ବେଳେ ଅପରାହ୍ନ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ରହିଛି । ସେହିପରି ସଂଧ୍ୟା ୫ଟାରେ ବେଲଜିୟମ ଓ ଜାପାନ ମଧ୍ୟରେ ଟକ୍କର ହେବ । ରାତି ୭ଟାରେ କୋରିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ ମ୍ୟାଚ୍ । ତେବେ, ଗତକାଲି ହକି ବିଶ୍ବକପ ମହାକୁମ୍ଭରେ ବାଜମାତ କରିଥିଲା ଭାରତ । କଳିଙ୍ଗ ଷ୍ଟାଡିୟମରେ ଓ୍ବେଲ୍ସକୁ ୪-୨ ଗୋଲରେ ହରାଇଥିଲା ଇଣ୍ଡିଆ। ଭାରତ ପକ୍ଷରୁ ପ୍ରଥମ ଗୋଲ ସମଶେର ସିଂ ଦେଇଥିବା ବେଳେ ୨ଟି ଗୋଲ ଦେଇଥିଲେ ଆକାଶଦୀପ ସିଂ ଓ ଶେଷ ଗୋଲ ଦେଇଥିଲେ ହରମନପ୍ରୀତ ସିଂ। ଶେଷରେ ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍