୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳକୁ ଏକାଠି କରିବାକୁ ପ୍ରୟାସ । ଆଉ ଏହାର ନେତୃତ୍ୱ ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିରୋଧୀ ପକ୍ଷର ବଡ ନେତାଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ତେବେ ନୀତିଶ କୁମାର ବିରୋଧୀ ଦଳର ଦୁଇ ବଡ ନେତାଙ୍କୁ ଭେଟିଛନ୍ତି । ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିବାବେଳେ କୋଲକାତାରେ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ନୀତିଶ କୁମାର ଆଜି କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ନୀତୀଶଙ୍କୁ ଅନୁରୋଧ କରିଛି ଯେ ଜୟପ୍ରକାଶ ଜୀଙ୍କର ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଛି, ତେଣୁ ଆମେ ବିହାରରେ ଏକ ସଭା ମଧ୍ୟ କରିବା ଉଚିତ୍ । ବିରୋଧୀ ଏକାଠି ଅଛନ୍ତି । ଏପରି ଏକା ବାର୍ତ୍ତା ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆମ ଦର୍ଶନ ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ଆମେ ଏକାଠି ଲଢିବା ସୁନିଶ୍ଚିତ । କେଉଁ ଆଧାରରେ ଏହା ଘଟିବ, ଠିକ୍ ସମୟରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ