କୋହଲିଙ୍କ ନୂଆ କୀର୍ତ୍ତିମାନ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହାସହ ଅନେକ ନୂଆ କୀର୍ତ୍ତମାନର ଅଧିକାରୀ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚରେ କ୍ୟାରିୟରର ୨୯ତମ ଟେଷ୍ଟ ଶତକ ହାସଲ କରିବା ସହ ବ୍ୟାଟିଂ ହାର ପୁଣି ଥରେ ୫୦ ପାଖାପାଖି ପହଞ୍ଚିଛି । ଦୀର୍ଘ ୫ ବର୍ଷ ପରେ ବିଦେଶୀ ମାଟିରେ ଶତକ ହାସଲ କରିଛନ୍ତି ବିରାଟ । କୋହଲି ଏହି ମ୍ୟାଚ ସହ ଅନ୍ତର୍ଜାତୀୟ କ୍ରିକେଟର ୫ଶହ ତମ ମ୍ୟାଚ ଖେଳିଛନ୍ତି । ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ଅର୍ଜନ କରିବାରେ ବିରାଟ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ପୂର୍ବରୁ ବିଶ୍ୱର ୯ ଜଣ କ୍ରିକେଟର ୫ଶହଟି ମ୍ୟାଚ ଖେଳିଥିଲେ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରିନାହାନ୍ତି । କୋହଲିଙ୍କ ଶତକୀୟ ଇନିଂସ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ଭାରତ ୪୩୮ ରନ୍ର ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଛି । ଭାରତ ୪୩୮ ରନରେ ଆଉଟ ହେବା ପରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଭଲ ଆରମ୍ଭ କରିଛି । ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ ୧ ଓ୍ବିକେଟ ହରାଇ ୮୬ ରନ କରିଛି ।
More Stories
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍
IPL 2025 ରେ କଣ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ର ଟାର୍ଗେଟ୍