January 29, 2026
white kangaroo

ବିରଳ ଧଳା କଙ୍ଗାରୁ

ନ୍ୟୁୟର୍କର ଆନିମଲ ଆଡ୍ଭେଂଚର ପାର୍କରେ ଖୁବ୍ ଜଲଦି ଦେଖିବାକୁ ମିଳିବ ଧଳା କଙ୍ଗାରୁ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ। ସୋସିଆଲ ମିଡିଆରେ ଏ ନେଇ ପାର୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ପାର୍କରେ ଏକ ଧଳା କଙ୍ଗାରୁ ଜନ୍ମ ନେଇଛି। ଏହି କଙ୍ଗାରୁ ଟି ମାସେ ପୂର୍ବରୁ ଏକ ନାଲି କଙ୍ଗାରୁ ଠାରୁ ଜନ୍ମ ହୋଇଛି। ଏହା ଏକ ବିରଳ ପ୍ରଜାତିର କଙ୍ଗାରୁ। ସୋସିଆଲ ମିଡିଆରେ ଲୋକ ଖୁବ୍ ପସନ୍ଦ କରୁଛନ୍ତି ଏହି ଫଟୋକୁ। କଙ୍ଗାରୁଟିର ଦେହର ରଙ୍ଗ ଧଳା ହୋଇଥିବା ବେଳେ ଆଖି କଳା। କଙ୍ଗାରୁଟିର ଜନ୍ମରେ ପାର୍କ କର୍ମଚାରୀ ବେଶ୍ ଖୁସି ଅଛନ୍ତି।

SHARE BY