The Topmost

“The eyes believe themselves, the ears believe other people.”

ବିମୁଦ୍ରୀକରଣ ମାମଲାରେ ଆଜି ଆସିବ ରାୟ

ବିମୁଦ୍ରୀକରଣ ନେଇ ଆଜି ରାୟ ଦେବେ ସୁପ୍ରିମକୋର୍ଟ । ୨୦୧୬ ନଭେମ୍ବରରେ ୫୦୦ ଓ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ମାମଲାରେ ଆଜି ସୁପ୍ରିମକୋର୍ଟ ଦେଇପାରନ୍ତି ରାୟ । ନୋଟ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ୫୮ଟି ପିଟିସନ । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ବିମୁଦ୍ରୀକରଣ ନିଷ୍ପତ୍ତି ପରେ ମୋଟ ୧୫ ଦଶମିକ ୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ୧୫ ଦଶମିକ ୩ ଟ୍ରିଲିୟନ ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା । ଏହାର ହାର ଥିଲା ୯୯ ଦଶମିକ ୩ ପ୍ରତିଶତ । ବିମୁଦ୍ରୀକରଣ ପ୍ରସଙ୍ଗରେ କୋର୍ଟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦର୍ଶାଇଥିଲେ । ଗତ ଡିସେମ୍ବର ୭ତାରିଖରେ ଜଷ୍ଟିସ ଏସ.ଏ. ନାଜିରଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

SHARE BY