ବିମାନ ଯାତ୍ରୀଙ୍କୁ ଆଶ୍ବସ୍ତୀ । ବିମାନ ଭଡାକୁ ନେଇ ସରକାର ଲଗାଇଥିବା ବାଧ୍ୟତା ମୂଳକ ଫେୟାର କ୍ୟାପ ହଟିଛି । ଫଳରେ ବିମାନ କମ୍ପାନୀମାନେ ସେମାନଙ୍କ ଭଡା କମାଇଛନ୍ତି । ଗତମାସ ଯେଉଁଭଳି ଭାବେ ବିମାନଭଡା ଆକାଶଛୁଆଁ ହୋଇଥିଲା ଏହା ପରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ତେବେ ସୂଚନା ଅନୁସାରେ ଗତ ସପ୍ତାହରେ ସରକାର ବାଧ୍ୟତା ମୂଳକ ଫେୟାର କ୍ୟାପ ହଟାଇ ଦେଇଥିଲେ । ଫେୟାର କ୍ୟାପର ଅର୍ଥ ହେଉଛି ଧାର୍ଯ୍ୟ ହୋଇଥିବା ଭଡାର ସୀମା ଠାରୁ କମ୍ କିମ୍ବା ଅଧିକ ଦରରେ ଏୟାରଲାଇନ କମ୍ପାନୀମାନେ ଯାତ୍ରୀମାନଙ୍କୁ ଟିକେଟ ବିକ୍ରି କରିପାରିବେ ନାହିଁ । ଏହା ପୂର୍ବରୁ ବାଧ୍ୟତାମୂଳକ ଥିଲା । ହେଲେ ସରକାର ଏହି କଟକଣା ହଟାଇ ଦେବା ପରେ ଏବେ କମ୍ପାନୀମାନେ ଯାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଅକାଶ ଏୟାର, ଇଣ୍ଡିଗୋ, ଏୟାର ଏସିଆ, ଗୋ ଫାଷ୍ଟ ଓ ବିସ୍ତରା ଭଳି କମ୍ପାନୀମାନେ ଟିକେଟ ଦାମ କମ୍ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ