The Topmost

“The eyes believe themselves, the ears believe other people.”

Airport

Travelers check-in for Air France and KLM flights at the Tom Bradley International Terminal (TBIT) amidst travel restrictions during the Covid-19 pandemic at Los Angeles International Airport (LAX) on February 4, 2021 in Los Angeles, California. (Photo by Patrick T. FALLON / AFP) (Photo by PATRICK T. FALLON/AFP via Getty Images)

ବିମାନ ବନ୍ଦରରେ ୧୪ ବର୍ଷ

ବିମାନବନ୍ଦରେ ଯିଏ ବିମାନକୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଛି ସିଏ ଜାଣିଛି ଏଠିକାର ଅନୂଭବ ବିଷୟରେ । ସେଠାରେ ଥିବା ବିଭିନ୍ନ ପ୍ରକାରର ଲୋକ କେତେକଙ୍କୁ ଭଲ ଅନୂଭବ ଦେଇଥିବା ବେଳେ କେତେକଙ୍କୁ ଖରାପ । ତେବେ ଜଣେ ବ୍ୟକ୍ତି ଗୋଟିଏ ଦିନ ବିମାନ ବନ୍ଦରରେ ବିତାଇବା ସମ୍ଭବ ହେଲେ ୧୪ ବର୍ଷ କଥା କେହି କେବେ କଳ୍ପନା କରିନଥିବେ । ତେବେ ଏଭଳି ବ୍ୟକ୍ତିତ୍ୱ ମଧ୍ୟ ଦୁନିଆରେ ଅଛନ୍ତି । ଜଣେ ଚାଇନିଜ୍‌ ବ୍ୟକ୍ତି ବେଜିଂ ଇଣ୍ଟରନାସନାଲ ବିମାନ ବନ୍ଦରକୁ ନିଜର ଘର କରିଦେଇଛନ୍ତି । ସେ ଏଠି ପ୍ରାୟ ୧୪ ବର୍ଷ ହେଲା ରହୁଛନ୍ତି । ୨୦୦୮ରେ ସେ ଘରେ ଝଗଡା କରି ଘର ଛାଡିଥିଲେ । ଏହାପର ଠାରୁ ସେ ବିମାନ ବନ୍ଦରରେ ରହୁଛନ୍ତି । ଘରେ ତାଙ୍କୁ କିଛି ବି କରିବା ପାଇଁ ସ୍ୱାଧୀନତା ମିଳୁନଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହାସହ ତାଙ୍କୁ ସରକାରଙ୍କଠୁ ମିଳୁଥିବା ଅର୍ଥକୁ ମଧ୍ୟ ଘରେ ଦେବାକୁ ପଡିଥାଏ, ଯାହା ଫଳରେ ସେ ନିଜ ପାଇଁ ମାଦକ ଦ୍ରବ୍ୟ କିଣି ପାରନ୍ତି ନାହିଁ । ତେଣୁ ସେ ଏହି ସମସ୍ତ ଅସୁବିଧାରୁ ବଞ୍ଚିବାକୁ ବିମାନ ବନ୍ଦରକୁ ନିଜ ଘର କରିଥିବା ପ୍ରକାଶ କରିଛନ୍ତି ।

http://thetopmost.in/?page_id=555

http://thetopmost.in/?p=1070

http://thetopmost.in/?p=1062

http://thetopmost.in/?p=1035

ବର୍ତ୍ତମାନ ସୋସିଆଲ ମିଡିଆରେ ଘଟଣାଟି ଭାଇରାଲ ହେବାରେ ଲାଗିଛି ।