ପାକିସ୍ତାନର ଅର୍ଥବ୍ୟବସ୍ଥା ଭୁଶୁଡିବା ପରେ ଏବେ ଏହାର ବିମାନ ସେବା ମଧ୍ୟ ଠପ୍ ହେବାକୁ ଲାଗିଛି । ବନ୍ଦ ହେଇଯିବ କି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ? ପାକିସ୍ତାନ ଏୟାରଲାଇନ୍ସର ହେବ କି ଘରୋଇକରଣ ? ଏୟାରଲାଇନ୍ସକୁ ଚଲେଇବାକୁ ଏବେ ପାକିସ୍ତାନ ସରକାର ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିବାବେଳେ, ଏହାର ଘରୋଇକରଣ ହେଇପାରେ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନ ଏୟାରଲାଇନ୍ସ ଏବେ ୬ ଶହ ଆରବ ଡଲାର କ୍ଷତିରେ ଚାଲୁଛି । ପାକସ୍ତାନୀ ସରକାର ଏବେ ଏହି ସ୍ଥିତିରୁ କେମିତି ମୁକୁଳିବ ସେ ନେଇ ଏକ୍ସପର୍ଟଙ୍କ ସହିତ କଥାବାର୍ତ୍ତା ଚଲାଇଥିବାବେଳେ, ଏଥିରୁ କୌଣସି ନିଷ୍କର୍ସ ବାହାରିପାରିନି । ତେଣୁ କୁହାଯାଉଛି ସମ୍ଭବତଃ ପାକିସ୍ତାନ ଏୟାରଲାଇନ୍ସର ଘରୋଇକରଣ ହେଇପାରେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ