ବିଭିନ୍ନ ଦେଶରେ ଥିବା ନିଜର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି । ଜର୍ମାନୀରେ ଥିବା ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିବା ପରେ ଇଣ୍ଡିଆ, ଚେକ୍ ରିପବ୍ଲିକ, ନରୱେ ଓ ହେଙ୍ଗେରୀର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିଛନ୍ତି ଜେଲେନସ୍କି । ରାଷ୍ଟ୍ରପତିଙ୍କ ୱେବ୍ସାଇଟ୍ରେ ଏନେଇ ସୂଚନା ଦିଆଯାଇଛି । ତେବେ ରାଷ୍ଟ୍ରଦୂତମାନଙ୍କୁ କାହିଁକି ବରଖାସ୍ତ କରାଗଲା ଏବଂ ବରଖାସ୍ତ ପରେ ତାଙ୍କୁ ଅନ୍ୟ କେଉଁ ନିଯୁକ୍ତି ମିଳିବ କି ସେ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ । ଏପଟେ ଫେବ୍ରୁଆରୀ ୨୪ରୁ ଋଷର ଆକ୍ରମଣ ସହୁଥିବା ୟୁକ୍ରେନ୍ ଅତିଷ୍ଟ ହୋଇଗଲାଣି । ଅନ୍ୟ ଦେଶରେ ଥିବା ରାଷ୍ଟ୍ରଦୂତମାନଙ୍କୁ ସେହି ଦେଶରୁ ସାମରିକ ସହଯୋଗ ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ଜେଲେନ୍ସ୍କି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ