The Topmost

“The eyes believe themselves, the ears believe other people.”

ବିବାହ ବନ୍ଧନରେ ବାନ୍ଧି ହେଲେ ରକୁଲପ୍ରୀତ ଓ ଜ୍ୟାକି

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଅନ୍ୟତମ ପ୍ରେମୀଯୋଡି ରକୁଲପ୍ରୀତ ସିଂ ଓ ଜ୍ୟାକି ଭଗନାନୀ । ଗୋଆରେ ଆୟୋଜିତ ହୋଇଛି ସେଲିବ୍ରେଟି ଯୋଡିଙ୍କ ବାହାଘର କାର୍ଯ୍ୟକ୍ରମ । ହାତଗଣତି ଅତିଥି ଓ ସର୍ମ୍ପକୀୟଙ୍କ ଗହଣରେ ସରିଛି ବିବାହ କାର୍ଯ୍ୟକ୍ରମ । ଉଭୟ ପଂଜାବୀ ଓ ସିନ୍ଧୀ ରିତିନୀତିରେ ବାହାଘର ସମ୍ପନ୍ନ ହୋଇଛି । ଦୁଇ ଦିନ ଧରି ମେହେନ୍ଦୀ,ସଂଗୀତ କାର୍ଯ୍ୟକ୍ରମ ପରେ ବୁଧବାର ରକୁଲ ଓ ଜ୍ୟାକି ସାତଜନମର ସାଥୀ ହୋଇଛନ୍ତି । ସେଲିବ୍ରେଟି କପଲଙ୍କୁ ବିବାହ ଶୁଭେଚ୍ଛା ଜଣାଇବା ପାଇଁ ବଲିଉଡ ଅତିଥି ମଧ୍ୟ ଗୋଆରେ ପହଁଚିଥିଲେ । କିଛି ନିଦ୍ଧିଷ୍ଟ କଳାକାରଙ୍କୁ ବାହାଘର ପାଇଁ ନିମନ୍ତ୍ରଣ କରାଯାଇଥିଲା । ଅତିଥିମାନଙ୍କୁ ବାହାଘର କାର୍ଯ୍ୟକ୍ରମରେ ଫଟୋ ଓ ଭିଡିଓ ଉଠାଇବାକୁ ମନା କରାଯାଇଛି । ଯଦି ନଜର ପକାଇବା ଏହା ଷ୍ଟାରକପଲଙ୍କ ପ୍ରେମ କାହାଣୀ ଉପରେ ତେବେ ଏହା ବେଶ ରୋଚକ ଅଟେ । ମୁମ୍ବାଇର ଏକ ଆପାର୍ଟମେଂଟରେ ପାଖାପାଖି ଫ୍ଲାଟରେ ରହୁଥିଲେ ବି ପରସ୍ପରକୁ ପ୍ରଥମେ ଜାଣିନଥିଲେ ରକୁଲ ଓ ଜ୍ୟାକି । ପରେ ପଡୋଶୀ ଭାବେ ଚିହ୍ନାପରିଚିତ ହୁଅନ୍ତି ଓ ଏମାନଙ୍କ ମଧ୍ୟରେ ବନ୍ଧୁତା ହୁଏ । ତେବେ ଲକଡାଉନ ସମୟରେ ପରସ୍ପର ସହ ଅଧିକ ସମୟ କାଟିବା ପରେ ଏମାନଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା ଓ ପ୍ରେମ ଗଢ଼ିଉଠେ । ୪ବର୍ଷର ପ୍ରେମ ସମ୍ପର୍କକୁ ନୂଆ ସର୍ମ୍ପକର ରୂପ ଦେବାକୁ ଯାଇ ରକୁଲଙ୍କୁ ବିବାହ ନିବେଦନ କରିଥିଲେ ଜ୍ୟାକି । ପରେ ରକୁଲଙ୍କ ୩୧ତମ ଜନ୍ମଦିନରେ ନିଜ ସର୍ମ୍ପକକୁ ନେଇ ଖୁଲ୍ଲାସା କରିଥିଲେ ଜ୍ୟାକି ।