The Topmost

“The eyes believe themselves, the ears believe other people.”

ବିବାଦ ମଧ୍ୟରେ ପୁଣି ଏକାଠି ହେଲେକି ନୱାଜୁଦ୍ଦିନ-ଆଲିଆ !

କିଛି ମାସ ହେଲାଣି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେସ୍ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ଅଭିନେତା ତାଙ୍କ ପତ୍ନୀଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ନୱାଜଙ୍କ ଉପରେ ତାଙ୍କ ପତ୍ନୀ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ । ଏମିତି କି ଘର କଳି କୋର୍ଟରେ ଯାଇ ପହଞ୍ଚିଥିଲା । କିନ୍ତୁ କିଛି ଦିନ ତଳେ ଆଲିଆ ନୱାଜଙ୍କ ସହ ହୋଇଥିବା ସମସ୍ୟାର ସମାଧାନ କରିବାକୁ ଇଚ୍ଛ‌ପ୍ରକାଶ କରିଥିବା ଦେଖାଯାଇଥିଲା। ସେ ଅତୀତକୁ ଭୁଲି ନୂଆ ଆରମ୍ଭ କରିବାକୁ ଚାହୁଁଥିବା ଇନଷ୍ଟାରେ ପୋଷ୍ଟ କରି କହିଥିବା ବେଳେ ପରେ ସେ ଏହାକୁ ଡିଲିଟ୍ କରିଥିଲେ । ଆଲିଆଙ୍କ ପୋଷ୍ଟ ପରେ ନୱାଜ କହିଥିଲେ ଯେ, ମୋର ପତ୍ନୀ ଆଲିଆଙ୍କୁ ନେଇ କୌଣସି ଅଭିଯୋଗ ନାହିଁ । ମୁଁ କେବଳ ଚାହେଁ ମୋ ପିଲାମାନେ ପୁଣି ଥରେ ସ୍କୁଲ ଯାଇ ପାଠ ପଢ଼ନ୍ତୁ। ସେମାନଙ୍କ ଭବିଷ୍ୟତକୁ ନେଇ ମୁଁ ଚିନ୍ତିତ । ମୁଁ ସେମାନଙ୍କ ସହ ସମୟ କଟାଇବାକୁ ଚାହେଁ । ତେବେ କିଛି ଦିନ ତଳେ ନୱାଜ ଏଭଳି କହିଥିବା ବେଳେ ଏବେ ତାଙ୍କର ଇଚ୍ଛା ପୂରଣ ହୋଇଛି । ସେ ନିଜ ପୁଅ ଓ ଝିଅ ସହ ସମୟ କଟାଇଥିବା ଦେଖାଯାଇଛି । ଅଲଗା ହେବା ପରେ ମଧ୍ୟ ନୱାଜୁଦ୍ଦିନ ଏବଂ ଆଲିଆ ନିଜ ସନ୍ତାନ ଶୋରା ଓ ୟାନିଙ୍କ ଲାଳନ ପାଳନ ଏକାଠି କରୁଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ଆଲିଆ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ନୱାଜୁଦ୍ଦିନ ସିଦ୍ଦିକି ବିମାନବନ୍ଦରରେ ତାଙ୍କ ଝିଅ ଶୋରା ଏବଂ ୟାନିଙ୍କୁ ଆଲିଙ୍ଗନ କରି ସେମାନଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି ।