ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ଟିଜର ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି । ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍ । ତେବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍ସି) ଏହି ଚଳଚ୍ଚିତ୍ରର ୧୦ଟି ଦୃଶ୍ୟ କାଟି ଦେଇଥିବା ଜଣାପଡ଼ିଛି । ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନଙ୍କ ସାକ୍ଷାତ୍କାର ଦୃଶ୍ୟ ସେଥିମଧ୍ୟରୁ ଅନ୍ୟତମ । ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ୧୦ଟି ଦୃଶ୍ୟ ମଧ୍ୟରୁ ଅନ୍ୟତମ । କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି । ଗୋଟିଏ ସଂଳାପରେ ଥିଲା ‘ଭାରତୀୟ କମ୍ୟୁନିଷ୍ଟମାନେ ହେଉଛନ୍ତି ସବୁଠୁ ବଡ଼ କପଟାଚାରୀ’ ଏବଂ ଏଥିରୁ ଭାରତୀୟ ଶବ୍ଦଟିକୁ କାଟି ଦିଆଯାଇଛି । ଏକ ଟିଭି ସାକ୍ଷାତ୍କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ ଯେ କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି। ସିବିଏଫ୍ସି ଏହି ସାକ୍ଷାତ୍କାରକୁ କାଟିଦେବାକୁ ଆଦେଶ ଦେଇଥିଲେ । ନଭେମ୍ବର ୨୦୨୨ରେ ଚଳଚ୍ଚିତ୍ରର ଟିଜର ପ୍ରକାଶ ପାଇବା ପରଠାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।
“The eyes believe themselves, the ears believe other people.”
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍