The Topmost

“The eyes believe themselves, the ears believe other people.”

ବିବାଦୀୟ ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମ ସମ୍ମାନ

ଭାରତୀୟ ଚଳଚ୍ଚିତ୍ର ଜଗତର ସମ୍ମାନଜନକ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର- ୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ’ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଶ୍ରେଷ୍ଠ ଫିଲ୍ମର ସମ୍ମାନ । ପୁରସ୍କାରକୁ କାଶ୍ମୀରୀ ହିନ୍ଦୁଙ୍କୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି । ଆଲିଆ ଭଟ୍ଟଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର । ଫିଲ୍ମ ଗଙ୍ଗୁବାଇ ପାଇଁ ଆଲିଆ ଭଟ୍ଟ ଏହି ପୁରସ୍କାର ପାଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସମ୍ନାନିତ ହୋଇଛନ୍ତି ରଣବୀର କପୁର । ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ରଣବୀରଙ୍କୁ ଏହି ସମ୍ମାନ ମିଳିଛି।

SHARE BY