September 18, 2025

ବିବାଦରେ ବିଜେପି ନେତା ନଳୀନ

ନିଜର ବିବାଦୀୟ ବୟାନ ପାଇଁ ଜଣାଶୁଣା ବିଜେପିର କର୍ଣ୍ଣାଟକ ମୁଖ୍ୟ ନଳୀନ କୁମାର କାତୀଲ ପୁଣି ଚର୍ଚ୍ଚାରେ । ସେ ୧୮ତମ ଶତାବ୍ବୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ଅନୁଗାମୀ ଓ ଉତ୍ତରାଧିକାରୀଙ୍କୁ ହତ୍ୟା କରିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଟିପୁ ସୁଲତାନଙ୍କ ଉତ୍ତରାଧିକାରୀଙ୍କୁ ସମସ୍ତେ ଖୋଜି ଖୋଜି ବାହାର କରିବା ଦରକାର ଓ ସେମାନଙ୍କୁ ଜଙ୍ଗଲକୁ ପଠାଇବାକୁ ମଧ୍ୟ ନଳୀନ କୁମାର କହିଛନ୍ତି । କର୍ଣ୍ଣାଟକାରେ ରହୁଥିବା ଦକ୍ଷିଣପନ୍ଥୀ ସଂଗଠନ ମତରେ ଟିପୁ ସୁଲତାନ ଏମିତି ଜଣେ ଶାସକ ଥିଲେ ଯିଏ ବଳପୂର୍ବକ ହଜାର ହଜାର ଲୋକଙ୍କ ଧର୍ମ ପରିବର୍ତ୍ତନ କରିଥିଲେ। କିନ୍ତୁ ରାଜ୍ୟରେ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାର ଟିପୁ ସୁଲତାନଙ୍କ ଜନ୍ମ ଉତ୍ସବକୁ କ୍ରମାଗତ ଦୁଇ ବର୍ଷ ଧରି ପାଳନ କରିଥିଲା। କଂଗ୍ରେସ ମତରେ ଟିପୁ ସୁଲତାନ ସ୍ୱାଧୀନତା ସଂଗ୍ରାମୀ।

SHARE BY