ବିବାଦରେ ତିବ୍ୱତୀୟ ଧର୍ମଗୁରୁ ଦଲାଇଲାମା । ଜଣେ ଶିଶୁକୁ ସ୍ନେହରେ ଚୁମ୍ବନ ଦେବା ସହ ନିଜ ଜିଭ ଦେଖାଇ ଶିଶୁକୁ ଚୁମ୍ବନ ଦେବାକୁ ଦଲାଇଲାମା କହୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ଟ୍ୱିଟରରେ ଜୁଷ୍ଟ ବ୍ରୁକର୍ସ ନାମକ ଜଣେ ଟ୍ୱିଟର ୟୁଜର ଟ୍ୱିଟ୍ କରିବା ପରେ ବିବାଦ ସାମ୍ନାକୁ ଆସିଛି । ଧର୍ମଗୁରୁ ଦଲାଇଲାମା ଏଭଳି କାହିଁକି କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ଭିଡିଓ ଭାଇରାଲ ହେବା ପରେ କିଛି ଟ୍ୱିଟର ବ୍ୟବହାରକାରୀ ଏଭଳି କାମକୁ ବିରୋଧ କରି ଧର୍ମଗୁରୁଙ୍କୁ ଗିରଫ କରାଯିବା ଜରୁରୀ ବୋଲି ଦାବି କରିଛନ୍ତି । ମାତ୍ର ଏ ଖବର ଲେଖାଯିବା ପର୍ଯ୍ୟନ୍ତ ଦଲାଇଲାମାଙ୍କ ସଙ୍ଗଠନ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ