ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ପାଇଁ ସୁପାରିସ୍ । ବାଚସ୍ପତିଙ୍କୁ ସୁପାରିସ୍ କଲା ଦରମା ବୃଦ୍ଧି କମିଟି । ଦରଦାମ ବୃଦ୍ଧି, ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ସହ ତୁଳନା କରି ଦରମା ବୃଦ୍ଧି ପାଇଁ ସୁପାରିସ କରାଯାଇଛି । ବିଧାୟକଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବୃଦ୍ଧି ପାଇଁ ବାଚସ୍ପତିଙ୍କୁ ସୁପାରିସ କରାଯାଇଛି । ରାଜ୍ୟ ସରକାରଙ୍କ ବିଚାରାଧୀନ ଥିବା ଦରମା ବୃଦ୍ଧି କମିଟିର ଅଧ୍ୟକ୍ଷ ଅମର ଶତପଥୀ ଏନେଇ ସୂଚନା ଦେଇଛନ୍ତି । ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ମଧ୍ୟ ସୁପାରିସ କରାଯାଇଛି । ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ହେବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ୨୦୧୭ରେ ଶେଷଥର ପାଇଁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ଓଡ଼ିଶା ବିଧାୟକଙ୍କ ଦରମା ୧ ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା