ବିଦ୍ୟୁତ୍ ଶୁଳ୍କରେ କେନ୍ଦ୍ରର ବଡ଼ ପରିବର୍ତ୍ତନ

ବିଦ୍ୟୁତ୍ ଶୁଳ୍କରେ କେନ୍ଦ୍ରର ବଡ଼ ପରିବର୍ତ୍ତନ । ଏଥର ଦିନରେ ନୁହେଁ, ରାତିରେ ଆସିବ ଅଧିକ ବିଦ୍ୟୁତ ବିଲ୍‌ । ବର୍ତ୍ତମାନ ଦିନରେ ଇଲେକ୍ଟ୍ରି ବିଲ୍‌ କମ ଆସିବ ଓ ରାତିରେ ଅଧିକ ବିଲ୍ ଆସିବ । ଗ୍ରାହକମାନେ ବିଦ୍ୟୁତ୍ ବିଲର ନୂଆ TOD ସିଷ୍ଟମ୍ ସହିତ ୨୦ ପ୍ରତିଶତ ସଞ୍ଚୟ କରିବେ । କାରଣ ବର୍ତ୍ତମାନ ଦେଶରେ ବିଦ୍ୟୁତ୍ ହାର ଦିନରାତି ଭିନ୍ନ ହେବ। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏନେଇ ଘୋଷଣା କରିଛି। ଯଦି ଏହା ଘଟେ, ସାରା ଦେଶରେ ବିଦ୍ୟୁତ୍ ଉପଭୋକ୍ତାମାନେ ସେମାନଙ୍କ ବିଦ୍ୟୁତ୍ ବିଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ନୂଆ ନିୟମ ଅନୁସାରେ ସୂର୍ଯ୍ୟକିରଣ ଅର୍ଥାତ୍ ଦିନକୁ ପ୍ରାୟ ୮ ଘଣ୍ଟା ପାଇଁ ବିଦ୍ୟୁତ୍ ବିଲରେ ୧୦ ରୁ ୨୦ ପ୍ରତିଶତ ହ୍ରାସ ଘଟିବ । ଏହି ନୂଆ ନିୟମ ଆସନ୍ତା ବର୍ଷଠୁ ଲାଗୁ ହେବ । ଏହାସହ ନିୟମ କୃଷି ବ୍ୟତୀତ ଅନ୍ୟ ସମସ୍ତ ଗ୍ରାହକଙ୍କ ପାଇଁ ଏପ୍ରିଲ ୧, ୨୦୨୫ ରୁ ପ୍ରଯୁଜ୍ୟ ହେବ।

SHARE BY