ନୂଆଦିଲ୍ଲୀ: ମଇ ୧୯: ଦୁନିଆ ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ୍ କାନ୍ସ ୨୦୨୨ ଆରମ୍ଭ ହୋଇଯାଇଛି । ଏଥିରେ ଅନେକ ସଂଖ୍ୟାରେ ବଲିଉଡ କଳାକାର ସାମିଲ ହୋଇଛନ୍ତି । ତେବେ ଖାଲି ସେତିକି ନୁହେଁ ଏଥିରେ ବଲିଉଡର ଅନେକ ନାମୀଦାମୀ ଅଭିନେତ୍ରୀ ମଧ୍ୟ ସାମିଲ୍ ହୋଇଛନ୍ତି । ଭାରତୀୟଙ୍କ ଉପସ୍ଥିତି ମଧ୍ୟ ବେଶ୍ ଜାହିର କରିଛନ୍ତି ଏମାନେ । ବିଦେଶ ମାଟିରେ ଯାଇ ଦେଶୀ ତଡକା ଲଗେଇବା ସହ, ଆମ ସ୍ୱଦେଶୀ ପରମ୍ପରାର ଝଲକ ଦେଖାଇଛନ୍ତି । ଏହା ସହିତ ଭାରତ ପାଇଁ ଏକ ସ୍ୱତନ୍ତ୍ର କାରଣ ରହିଛି କାହିଁକି ନା ପ୍ରଥମ ଥର ପାଇଁ ଭାରତକୁ କଣ୍ଟ୍ରି ଅଫ୍ ଅନର ଭାବରେ ସାମିଲ୍ କରାଯାଇଛି ।
ଏହି ମୁହୂର୍ତ୍ତରେ ଇଣ୍ଡଷ୍ଟ୍ରିର ଅନେକ ଭେଟେରାନ୍ ଅଭିନେତା ସହ ଅଭିନେତ୍ରୀ ଉପସ୍ଥିତ ଥିଲେ । ସେଠାପେ ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦୀପିକାଙ୍କ ସମେତ ଅନ୍ୟ ଅଭିନେତ୍ରୀମାନେ ସେଠାରେ ଘୁମର ଗୀତାରେ ନୃତ୍ୟ ମଧ୍ୟ କରିଥିଲେ । ଯାହାକୁ ଦେଖି ସମସ୍ତେ ମତୁଆଲା ହୋଇଛନ୍ତି । ତାହାର ଏକ ଛୋଟ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବର୍ତ୍ତମାନ ଦୀପିକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତମନ୍ନା ଭାଟିଆ, ପୂଜା ହେଗଡେ ଏବଂ ଉର୍ବଶୀ ରାଉତେଲାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି ।
ରାଜସ୍ଥାନର ଲୋକ ଗାୟକ ମାମେ ଖାନ ଏକ ଗୀତ ଗାଇ ସେଠାରେ ଉପସ୍ଥିତ ଅଭିନେତ୍ରୀମାନଙ୍କୁ ଘୁମର ନୃତ୍ୟ କରିବାକୁ ଅନୁରୋଧ କରିଥିଲେ । ଏହା ଉପରେ ଦୀପିକା ପାଦୁକୋନ, ତମନ୍ନା ଭାଟିଆ, ପୂଜା ହେଗଡେ ଉର୍ବଶୀ ରାଉତେଲା ଏକାଠି ମିଶି ନାଚୁଛନ୍ତି । ତେବେ କାନ୍ସ ଉ“ାଟନୀରେ ଦୀପିକା ତାଙ୍କ କଥାରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଏହି ସମୟରେ ଦୀପିକା କହିଛନ୍ତି ଯେ ଏପରି ଏକ ଦିନ ଆସିବ ଯେତେବେଳେ ଭାରତ କାନ୍ସକୁ ଆସିବ ନାହିଁ କି;ୁ କାନ୍ସ ଭାରତକୁ ଆସିବ ।
1 thought on “ବିଦେଶ ମାଟିରେ ଦେଶୀ ଠୁମକା ଲଗେଇଲେ ବଲିଉଡ୍ ସିଲେବ୍”